STORYMIRROR

mamatanjali Patra

Others

3  

mamatanjali Patra

Others

ଝରା ଶ୍ରାବଣର ଚାଷୀର ମନ

ଝରା ଶ୍ରାବଣର ଚାଷୀର ମନ

1 min
189


ଶ୍ରାବଣରେ ଶ୍ରାବଣ ବର୍ଷା ଆଣିବୁ

ସେ ବର୍ଷାରେ ଚାଷୀଙ୍କୁ ଭିଜେଇ ଦେବୁ

ଭିଜିବାକୁ ହାଏରେ ସେମାନେ ଭଲ ପାଆନ୍ତି

ଖୁସିରେ ଚଷାଭାଇମାନେ ନାଚିଯାଆନ୍ତି।


କାନ୍ଧରେ ଲଙ୍ଗଳ ହାତ ମୋଇ

ଧରିଯାଉଥାନ୍ତି ବିଲକୁ ନେଇ

ବଳଦ ଦେହରେ ଦିଅନ୍ତି ବାନ୍ଧି

ହଳ କରନ୍ତି ଖୁସିରେ ନେଇ।


ପରିବାରେ ଯିଏ ଥାଆନ୍ତି

ପଠେଇଥାନ୍ତି କଂସେ ପଖାଳ ବାଢି

ସାଗ ସଙ୍ଗେ ସେତ ଶୁଖୁଆ ପୋଡା

କଞ୍ଚା ପିଆଜକୁ କଞ୍ଚାଲଙ୍କା

ଦଳିଦେଇ ପାଖେ ଦିଅନ୍ତି ଖାଇ

ଓଡିଆଙ୍କ ପ୍ରିୟ ପଖାଳ କଂସା।


ଧାନ ନେଇ ଚାଷୀ ବିଲରେ ବୁଣେ

ସାର ବିଷ ଦେଇ ଯତନେ ଗଢେ

ଜୀବିକା କରନ୍ତି କ୍ଷେତକୁ ନେଇ

କୋଟି ଜନତାଙ୍କ ମୁଖେ ଦାନା ଦିଅଇ।


ଚାଷୀଭାଇ ଆମ ପ୍ରାଣର ଦାନା

ତାଙ୍କ ବିନା ଏସଂସାର ଜୀବନ ବ୍ୟର୍ଥ

ତାଙ୍କ ପରିଶ୍ରମ ଦେଇ ନପାରଇ ପାଉଣା

ଆମ ପାଇଁ ସେତ ଜୀବନଦାତା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍