STORYMIRROR

mamatanjali Patra

Others

3  

mamatanjali Patra

Others

ତିନି ତୁଣ୍ଡରେ ଛେଳି କୁକୁର

ତିନି ତୁଣ୍ଡରେ ଛେଳି କୁକୁର

1 min
173


ଏଦୁନିଆ ଏସଂସାର ଯେତେ ଖସିରେ 

ରହୁନା କାହିଁକି

କେହି ରହିଥାଏ ଜଣେ ଭିଲିଆନ୍ ହୋଇ

ଏମିତି କଥା କହି ବଦଳେଇ ଦିଏ

ଚାରିଆଡେ ଖାଲି ଅଶାନ୍ତିର ସ୍ୱର ।


ଶିକ୍ଷା ଏଠି ସବୁ ଗଲାଣି ମଉଳି

ଶିକ୍ଷା ର ପ୍ରସାର ଅନ୍ଧ ହେଲାଣି

ସତ୍ୟ ଏଠି ଯାଇଛି ହଜି

ଅସତ୍ୟ ଏଠି ବଢ଼ି ଚାଲିଛି।

ଦୋଷୀ ଏଠି ନିଦୋର୍ଷରେ ବୁଲେ

ନିର୍ଦୋଷ ଏଠି ଫାଶୀ ସଜା ହୁଏ।

ହାଏ ଦୁନିଆ ଏତେ କଳିଯୁଗ ପରା।


ସତୀକୁ ଏଠି ଅସତୀ ବୁଲନ୍ତି

ଦିଅନ୍ତି ତାକୁ ଅଗ୍ନିରେ ଆହୁତି

ମିଠା ମିଠା କଥା କହି

ପର ଝିଅକୁ ଆଣନ୍ତି ବୋହୂ କରି


ବିବାହ ବନ୍ଧନରେ ବାନ୍ଧି ହେଲାପରେ

ମିଛ ସତ କହି ଆରମ୍ଭ କରନ୍ତି ନିର୍ଯାତନା

ମାରି ଦେଇ ତାକୁ ଝୁଲେଇ ଦେଇ

ଫୋନ୍ କରନ୍ତି ବାପଘରକୁ

ତମ ଝିଅ ଏଠି ଯାଇଛି ମରି।

ଏତେ ହିଂସ୍ର ଆଜି ସାଜୁଛି ମାନବ

ଆଖି,କାନ,ପାଟିରେ ବାନ୍ଧିଛି ପଟି।

ଧର୍ମ ନାଁରେ ଡିଙ୍ଗରା ଫିଟୁଛି

ଅଧର୍ମ କରି ଯାଉଛି ବଢ଼ି।


ପାଞ୍ଚ ତୁଣ୍ଡେ ଏଠି ଛେଳି କୁକୁର ହୁଅଇ

ସତ୍ୟତା ଏଠି ଯାଇଛି ହଜି

ସବୁରି ମୂଳରେ ସ୍ୱାର୍ଥ ହୁଏ ବନ୍ଧା

ସମୟ ଏଠି ସବୁକିଛି ଦିଏ ବଦଳାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍