STORYMIRROR

mamatanjali Patra

Others

4  

mamatanjali Patra

Others

ବିଶ୍ଵକର୍ମା ତମେ ଦେବଶିଳ୍ପୀ

ବିଶ୍ଵକର୍ମା ତମେ ଦେବଶିଳ୍ପୀ

1 min
270


ବିଶ୍ଵକର୍ମା ପୂଜା ରେ ସମସ୍ତ

ଶିଳ୍ପ ଶିଳ୍ପୀଙ୍କ କୂଳଦେବତା

ବ୍ରହ୍ମାଙ୍କ ନାଭି କମଳେ

ଜନମିଲ ବିଶ୍ଵକର୍ମା।


ବାମହସ୍ତେ ବିଟାଳି

 ବାସ୍ତବରେ ହସ୍ତେ ମାର୍ତ୍ତୁଳି

 ଦକ୍ଷିଣ ହସ୍ତରେ ଚକ୍ର 

ତଳହସ୍ତ ଆଶିର୍ବାଦର ହାତ


ଗଳାରେ ରତ୍ନ ହାର

ଅନୁପମ ଅଳଙ୍କାରେ 

ହୋଇଅଛ ତୁମେ ସୁସଜ୍ଜିତ

ଜ୍ଞାନ ଅବସ୍ଥାରେ ସମୃଦ୍ଧ ହୋଇଲେ

କିଶୋର ପରି ପ୍ରତିଭାତ।


ବିଶ୍ଵକର୍ମା ସକଳ ଶିଳ୍ପ କଳାରେ ଜନକ

ବ୍ରହ୍ମାଙ୍କ ନିର୍ଦ୍ଦେଶ କଲେ ରଚନା ମାନ

ଇନ୍ଦ୍ରଦ୍ୟୁମ୍ନ ଖୋଜୁଥିଲେ ବଢେଇ କାରିଗର

ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି କରିବାକୁ ନିର୍ମାଣ।


ପହଞ୍ଚିଲେ ରାଜା ବୁଢ଼ାର ପାଶେ।

ଦାରୁ ତିଆରି କରିବାକୁ କହିଲେ

ରାଜିହୋଇଗଲେ ରାଜାଙ୍କ କଥା ରେ

ନିର୍ମାଣ କଲେ ଆସି ଆଗ୍ରହରେ ପ୍ରକାଶେ।


ବଢେଇ ସର୍ତ୍ତ ରଖିଲେ ରାଜାଙ୍କ ପାଖେ

ଏକୋଇଶି ଦିନ ଯାଏଁ ନଫିଟେଇବ ମନ୍ଦିର

ରାଜା ରାଜି ହେଲେ ବଢେଇ କଥାରେ

ମନ୍ଦିର ପାଠକ ବନ୍ଦ ରହିଲା ।

 

ଠକ୍ ଠକ୍ ଶବ୍ଦ ଶୁଭେ ସବୁଦିନେ

କିଛି ଦିନ ପରେ ନଶୁଭଲା ଠକ୍ ଠକ୍ ଶବ୍ଦାବଳି।

ଗୁଣ୍ଡିଚା ରାଣୀ ହୋଇଲେ ବ୍ୟସ୍ତ

କାହିଁକି ଶୁଭୁନାହିଁ ଆଉ ମନ୍ଦିରରେ ଶଦ୍ଦ।


ମନର ଭାବନା ହୋଇଲେ ବିଭୋର

ବୁଢ଼ା ଚାଲିଗଲା କି ମନ୍ଦିର ଭିତରେ

ଖୋଲିଦେଲେ ରାଣୀ ଫାଟକୁ ଯାଇ

ଅନ୍ତର୍ଦ୍ଧାନ ହୋଇଗଲେ ବିଶ୍ଵକର୍ମା ଜାଣ।


ରାଜାରାଣୀ ଘୋର ଚିନ୍ତାରେ ପଡ଼ିଗଲେ

ଦରଗଢା ରହିଲେ ଦାରୁରେ ମାନ

ଶୂନ୍ୟ ବାଣୀ ହେଲା ରାଣୀଙ୍କୁ ଜାଣ

ଚିନ୍ତା କରନାହିଁ କହୁଛି ଶୁଣ।

 

ଯେମିତି ଆବିର୍ଭାବ ହେବା କଥା ହେଇଛି ଜାଣ

ଭାଙ୍ଗିପଡ ନାହିଁ କହୁଛି ଶୁଣ

ଯେଉଁ ରୂପଧରି ଆର୍ବିଭବ ହେବ

ସେ ହିଁ ରୂପ ଆଜି ଧରିଛି ଜାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍