STORYMIRROR

mamatanjali Patra

Others

2  

mamatanjali Patra

Others

ଗାଁ ମୋର ଅଭୁଲା ଛବି

ଗାଁ ମୋର ଅଭୁଲା ଛବି

1 min
44


ସକାଳ ହେଲେ ନିତି ଆସେ

ପୂରବ ଦିଗେ ନିଶି

ଗାଁଟା ମୋର କେଡେ ସୁନ୍ଦର

 ମନଟି ଯାଏ ସେଠି ଲାଖି।

ଛବି ନୁହେଁ ସେତ ଅଭୁଲା ଛବି

ଆଙ୍କି ହୋଇଥାଏ ମନ ହୃଦୟରେ

କୋଇଲିର ସ୍ୱର କେଡେ ମଧୁର

ଗାଇର ହମ୍ବା ରଡି

ବହଙ୍ଗ ଉଡଇ ନୀଳଆକାଶରେ

ଡେଣା ତାର ଝାଡି ଝାଡି

ମହାଆନନ୍ଦରେ ଗୁଣୁ ଗୁଣୁ କରି ,

ଉଡି ଯାଆନ୍ତି ଗୀତ ଗାଇ।


 ଗାଁ ଦାଣ୍ଡ ଖେଳ ତାସ୍, କବାଡି

ଲୁଡୁ ଆଉ ପୁଚି ଖେଳ

ରଜ ଗୀତଗାଇ ରଜପାନ ଖାଇ

ଆନନ୍ଦ ନାଚଇ ମନ।

ତରୁବନ ଏଠି ସବୁଜ ଦିଶଇ

ଦିଶଇ ଗାଁର ଛବି

ମମତା ଭରା ପଣତ ତାର

ମନେ ପଡଇ ଭାରି।

ଭାଇ ଭଉଣୀ ସ୍ନେହର ଡୋରି

ସାଇ ପଡିଶାର ପ୍ରେମ

ପଡୁଅଛି ମନେ ଭାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍