STORYMIRROR

mamatanjali Patra

Others

4  

mamatanjali Patra

Others

ସୁନାବେଶ ମୋ କାଳିଆ ଠାକୁର

ସୁନାବେଶ ମୋ କାଳିଆ ଠାକୁର

1 min
378

ଜଗତର ନାଥ ଆହେ ଜଗନ୍ନାଥ

ଭକତଙ୍କ ପାଇଁ ବଡ ଠାକୁର

ଓଡ଼ିଆ ଜାତିର ପ୍ରାଣ

ତୁମରି ନାମରେ ସକାଳ ଜଣାଣ

ତୁଣ୍ଡେ ଧରି ନାରାୟଣ।


ସଭିଙ୍କ ଆତ୍ମା ତୁମେ ବିରାଜିତ

ଏଶରୀର ତୁମ ଦାନ

କେତେ ରୂପଧରି କେଉଁ ଲୀଳା କର

ତୁମକୁ ସେ କଥା ଜଣା।


ବଡଦାଣ୍ଡେ ଏଠି ଗହଳଚହଳ

ଶଙ୍ଖକ୍ଷେତ୍ର କେଡେ ଶୋଭା

ଶୁକ୍ଳ ଏକାଦଶୀ ଆଷାଣେ ମାସେ

ସଜେଇ ହେଲ ସୁନାବେଶ।


ମହଣ ମହଣ ସୁନା ଯେ ପିନ୍ଧିଲ

 ଦିଶିବ କେଡେ ଝଲମଲ

ତୁମରି ବେଶ ଦେଖିବା ପାଇଁ

ଆସନ୍ତି ଭକତ ଧାଇଁ।


ତୁମରି ଆଶିଷ ଲଭିବା ପାଇଁ

ଶ୍ରଦ୍ଧାଳୁଙ୍କ ଦାଣ୍ଡ ଭିଡ ଲାଗିବ

ବେଶରେ ଥାଇ ବିଗ୍ରହ ରୂପ

ଧୂପ ଦୀପ ସଧ୍ୟାଆଳତି ଚାଲୁଥିବ ନୀତି ହୋଇ 


ନାଚି ନଚାଇ ହସି ହସାଇ

ଶଙ୍ଖ ଧ୍ୱନି ହୁଳହୁଳି ହରିବୋଲ

କମ୍ପୁଉଠିବ ମେଦିନି ପୁର

ମିଳୁଥବ ସ୍ୱର୍ଗ ଆନନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍