STORYMIRROR

Amitav Sahu

Abstract Thriller

3  

Amitav Sahu

Abstract Thriller

ଗୋଟେ କନ୍ୟାଭୃଣର ଆତ୍ମକଥା

ଗୋଟେ କନ୍ୟାଭୃଣର ଆତ୍ମକଥା

1 min
177

ମାରିବାର ଅଛି ଯଦି

ମାର ମୋତେ ମନା ନାହିଁ

ହେଲେ ଥରେ ଭାବି ଦେଖ

ତୁମେ ବି ତ କାହା ଝିଅ କାହା ପୁଅ

ଏ ନାରୀରୁ ହିଁ ଉତ୍ପତ୍ତି ତୁମ ଶରୀର

ଯାହାକୁ ନେଇ ଦେଖେଇ ପାରୁଛ

ଗର୍ବ ଅହଙ୍କାର ତୁମ ନିର୍ଲଜ ପଣିଆର ।


ମାରିବାର ଅଛି ଯଦି

ମାର ମୋତେ ମନା ନାହିଁ

ହେଲେ ଥରେ ଭାବି ଦେଖ

ମାତୃ ଆଉ ପିତୃତ୍ୱର ପଦକ ହେବ ଲୀନ

ତଥାପି ଯଦି ବଞ୍ଚିପାରିବ ହୋଇ ଅଭିନ୍ନ

ଆମେ ଶିକ୍ଷାରେ ଦୀକ୍ଷାରେ

ଉନ୍ନତିରେ ପ୍ରଗତିରେ ସମକକ୍ଷ ପୁରୁଷ ଜାତିର

ତେବେ କିମ୍ପା ନାହିଁ ଅଧିକାର

ଏ ଧରାରେ ବଞ୍ଚିବାର ?


ମାରିବାର ଅଛି ଯଦି

ମାର ମୋତେ ମନା ନାହିଁ

ହେଲେ ଥରେ ଭାବି ଦେଖ

ଯଦି ଏମିତି ମରି ଚାଲିଥିବେ ଝିଅ

ଦିନ ଆସିବ ହଜିଯିବ ସତ୍ତା

ନାରୀ ଆଉ ପୁରୁଷର

ତେବେ ମିଳିବ ତ ଠିକଣା ଏ ଜନଜାତିର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract