ଗୋମୟ
ଗୋମୟ
ଗୋମୟ ପାଉଛୁ ଗୋମାତା ଠାରୁ
ଆମେ ପୂଜା କରୁ ତାକୁ
ରାତି ପାହିଗଲେ ସକାଳ ହୋଇଲେ
ଯାନ୍ତି ତାର ଗୁହାଳକୁ ।
ଗୋରୁଙ୍କ ଗୋମୟେ ଛେରାପାଣି ଦେଇ
ଅଗଣା ଝାଡୁ କରନ୍ତି
ପବିତ୍ରତା ସିଏ ଆଣି ଦେଇ ଥାଏ
ଏକଥା ସର୍ବେ ଜାଣନ୍ତି ।
ତାର ଗୋମୟକୁ ଖରାରେ ଶୁଖାଇ
ରୋଷେଇ ଯେ କରିଥାନ୍ତି
ଅଧିକ ଫସଲ ହେବା ପାଇଁ ତାକୁ
କ୍ଷେତ ବାଡିରେ ପକାନ୍ତି ।
ଖତ ସାର ଦେଇ ଫସଲ ଫଳାନ୍ତି
ତାକୁ ଆମେ ଖାଇ ବଞ୍ଚୁ
ତାହା ପାଇଁ ଭଲ ଫସଲ ହୁଅଇ
ବରଷକ ପାଇଁ ସଞ୍ଚୁ ।
ଗୋମୟ କ୍ଷେତରେ ପକେଇଲେ ଭଲ
ହୁଏ ମାଟି ଉର୍ବରତା
ସେଇ ଖାଦ୍ୟ ଶସ୍ଯେ ଭିଟାମିନ୍ ବେଶୀ
ଆଣି ଥାଏ ନୀରୋଗତା ।
ଗୋମୟରେ ଘର ଦୁଆର ଲିପିଲେ
ଦିଶଇ ଘର ସୁନ୍ଦର
କେତେ ଶାନ୍ତି ମନେ ଆଣି ଦିଏ ସିଏ
ଖୁସି ଲାଗଇ ଅପାର ।
ପର୍ବ ପର୍ବାଣୀରେ ଘର ଦ୍ୱାର ଲିପା-
ପୋଛା ହୁଏ ଗୋମୟରେ
ଅଶାନ୍ତିର ରିଷ୍ଟ ଗ୍ରହ ତାହା ପାଇ
ଯାଇ ଥାଏ ଖଣ୍ଡେ ଦୂରେ ।
ଜନ୍ମ ମୃତ୍ୟୁ ବେଳେ ଏଇ ଗୋମୟ ଯେ
ଦରକାର ହେଇଥାଏ
ଶବ ମଶାଣୀକୁ ନେବା ସାଙ୍ଗେ ଦାଣ୍ଡେ
ଖତ ପାଣି ପକା ଯାଏ ।
ଦାଣ୍ଡେ ପଣା ପାଣି ଦେବା ପାଇଁ ସର୍ବେ
ଗୋମୟରେ ଲିପି ଥାନ୍ତି
ଗୋମୟ ପାଣିକୁ ସେବନ କରିଣ
ପବିତ୍ରତା ହେଇଥାନ୍ତି ।
ଛୁତକ ମୃତକ ସମୟେ ଶରୀର
ଅପବିତ୍ର ରହି ଥାଏ
ଗୋମୟ ପାଣିକୁ ଗର୍ଭକୁ କ୍ଷେପିଲେ
ଅଶୁଚି ଯେ ଶୁଦ୍ଧ ହୁଏ ।
ମୁଢି ଖଇ ଚୁଡା ଭଜା ବେଳେ ଚୂଲୀ
ମୁହେଁ ଗୋମୟ ଦିଅନ୍ତି
ନିଆଁ ଧାସ ହାତେ ନ ବାଜେ ଯେମିତି
ସତର୍କ ସେ ରହି ଥାନ୍ତି ।
ଯେଉଁ ଗଛେ କଞ୍ଚା ଖତ ଦିଆଯାଏ
ସିଏ ଭଲ ବଢିଥାଏ
ଫୁଲ ଫଳେ ଭରା ସେଇ ଗଛଟି ଯେ
ସବୁ ମନ ମୋହୁ ଥାଏ ।
ଧର୍ମ ପୁଣ୍ୟମୟ କାର୍ତ୍ତିକ ମାସରେ
ଅଗଣା ଝାଟେଇ ଯାନ୍ତି
ଗୋମୟ ଜଳରେ ଦେବା ଦେବୀ ପୀଠ
ଭକତମାନେ ଲିପନ୍ତି ।
ମାର୍ଗଶିର ମାସେ ମହାଲକ୍ଷ୍ମୀଙ୍କର
ଆବାହନ କରାଯାଏ
ରଙ୍ଗ ମାଟି ଗୋମୟରେ ଲିପା ଯାଇ
ଝୋଟିମାନ ଦିଆ ଯାଏ ।
ଗୋମୟ ତ ଅଟେ ହିନ୍ଦୁଙ୍କର ଗଙ୍ଗା
ଜଳ ଠାରୁ ପବିତ୍ରତା
ଯେଉଁଠି ଗୋମୟ ବ୍ୟବହାର ହୁଏ
ଶରୀର ହୁଏ ଶୁଦ୍ଧତା ।
ଯେଉଁ ଗୋମାତାଠୁ ପାଆନ୍ତି ଗୋମୟ
ତା ପ୍ରତି ନିଷ୍ଠୁର ହୋନ୍ତି
କଂସେଇ ହାତରେ ବିକ୍ରି କରି ଦେଇ
ବିପଦକୁ ଡାକି ଥାନ୍ତି ।
ଘରେ ଯଦି ଆମେ ଗୋରୁ ନ ପାଳିବା
ପାଇବା କାହୁଁ ଗୋମୟ
କହେ ମୁର୍ଖ ଲତା ଏ ପୃଥିବୀ ଦିନେ
ନିଶ୍ଚେ ହୋଇଯିବ କ୍ଷୟ ।
