Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Romance

4.0  

Kiranbala Rath

Romance

ଗୋଲାପ ସ୍ୱର୍ଗ

ଗୋଲାପ ସ୍ୱର୍ଗ

1 min
148


ଗୋଲାପ ବର୍ଷା ରେ ଭିଜୁଥିଲୁ ଆମେ ଦୁହେଁ।

ଭିଜୁଥିଲା ସାରା ରାସ୍ତା।

ଦୋକାନ, ବଜାର, ତା'ର ସହର , ମୋର ସହର ଓ

ସାରା ଉପତ୍ୟକା।


ଗୋଲାପ ଫୁଲର ପାଖୁଡ଼ା ରେ ଆମେ ଗୋଟିଏ ଘର କରିବା।

ସେ ପ୍ରସ୍ତାବ ଦେଲା

ସେ ଘର ର ନାଁ ରୋଜ୍ ରେଭେନ୍ ହେଲା।


ମାନେ ଗୋଲାପ ସ୍ୱର୍ଗ ।


ଏମିତି ଥିଲା ରୋଜ୍ ରେଭେନ୍ ର ପରିକଳ୍ପନା

ଆଜି ମୋ ' ଚାରିଆଡ଼େ କେତେ ନିର୍ଜନ ତା ।

ତଥାପି


କିଛି ଗୋଲାପ ତା'ର ଆଖି ର ବର୍ଷାରେ ଓଦା ହୁଏ

କିନ୍ତୁ ମୋ ' ଛାତି ର ଲଘୁଚାପ ରେ ବତୁରିଯାଏ ।

ଆଉ ଅବଶିଷ୍ଟ ଗୋଲାପ ଭାସିଯାଏ

ଆମ ଦୁହିଁଙ୍କର ସ୍ୱପ୍ନ ନଦୀରେ..... ।


Rate this content
Log in

Similar oriya poem from Romance