STORYMIRROR

Akshayakumar Dash

Action Fantasy Others

3  

Akshayakumar Dash

Action Fantasy Others

ଗୋଲାପ ଗଛ

ଗୋଲାପ ଗଛ

1 min
116


ମୋ ଟିକି ବାଡିର ଗୋଲାପ ଗଛ

ଫୁଲ ଦେଲା ନାହିଁ ରହିଲା ପଛ

ତା ପାଖେ ହେଁନା

  ମହକାଏ ଅନା କରେନି ମନା।

ମଲ୍ଲୀ, ଯୁଇ, ଜାଇ, ଟଗର କଢ଼ି

ଫୁଟୁଥନ୍ତି ଫୁଲ ମନ୍ଦାର, ବଢ଼ି

ଗେଣ୍ଡୁର ଶୋଭା

ସୁନା ରୂପା ମନ କରୁଛି ଲୋଭା।

ଚାରି ପଟ ଖୋଲି ଭରିଲି ଖତ

ଅନ୍ନପୂର୍ଣ୍ଣା ସାଥେ ପିଡୁଆ ରତ

ଲଦିଲା କଢ

ଫୁଟିଲା ଗୋଲାପ ଲାଗିଲା ବଡ।

ନାଲି ନାଲି ତାର ପାଖୁଡ଼ା ଛାଟି

ନାଲି ଓଠ ତାର ମେଲେଇ ପାଟି

ତୋଳିଲି ଧରି

ମନ ଇଚ୍ଛା ଫୁଲ ଚାଙ୍ଗୁଡ଼ି ଭରି।


Rate this content
Log in

Similar oriya poem from Action