ଗୋଲାପ ଗଛ
ଗୋଲାପ ଗଛ
ମୋ ଟିକି ବାଡିର ଗୋଲାପ ଗଛ
ଫୁଲ ଦେଲା ନାହିଁ ରହିଲା ପଛ
ତା ପାଖେ ହେଁନା
ମହକାଏ ଅନା କରେନି ମନା।
ମଲ୍ଲୀ, ଯୁଇ, ଜାଇ, ଟଗର କଢ଼ି
ଫୁଟୁଥନ୍ତି ଫୁଲ ମନ୍ଦାର, ବଢ଼ି
ଗେଣ୍ଡୁର ଶୋଭା
ସୁନା ରୂପା ମନ କରୁଛି ଲୋଭା।
ଚାରି ପଟ ଖୋଲି ଭରିଲି ଖତ
ଅନ୍ନପୂର୍ଣ୍ଣା ସାଥେ ପିଡୁଆ ରତ
ଲଦିଲା କଢ
ଫୁଟିଲା ଗୋଲାପ ଲାଗିଲା ବଡ।
ନାଲି ନାଲି ତାର ପାଖୁଡ଼ା ଛାଟି
ନାଲି ଓଠ ତାର ମେଲେଇ ପାଟି
ତୋଳିଲି ଧରି
ମନ ଇଚ୍ଛା ଫୁଲ ଚାଙ୍ଗୁଡ଼ି ଭରି।