ଗୋଲାପ ଦିବସ
ଗୋଲାପ ଦିବସ
ଆ ଫୁଲେଇ ଗୋଲାପ ଦେବି
ଗୋଲାପି ଦିନ ଆଜି
ନନ୍ଦନ ବନୁ ଆଣିଛି ତୋଳି
ଗୋଲାପ ଟିଏ ଖୋଜି ।
ଗୋଲାପ ପରି ସୁନ୍ଦର ପରା
ପ୍ରିୟା ତୋହରି ମନ
ଗୋଲାପି ଝିଅ ତୁ ଲୋ ପ୍ରିୟା
ଗୋଲାପି ତୋ ଯୌବନ ।
ଗୋଲାପି ଓଠେ କହୁଛୁ ଯେବେ
ଶୁଣ ଗୋ ଧନ ମୋତେ
ପାରୁଛି ଜାଣି ପ୍ରିୟା ଲୋ ମୁହିଁ
ଭଲପାଉ ତୁ କେତେ ।
ସେଇଥି ପାଇଁ ଆସିଛି ଧାଇଁ
ହାତେ ଗୋଲାପ ଧରି
ପାଳିବା ପାଇଁ ପ୍ରେମ ଦିବସ
ନକରି ଜମା ଡେରି ।
ଆଉ ଉଛୁର କରନି ଜମା
ଆସେ ପାଖକୁ ଚାଲି
ନେ ଗୋଲାପ ଶୁଭେଚ୍ଛା ସହ
ପ୍ରେମ ପରଶ ଢାଳି ।

