ଗୋଧୂଳୀ ସଂଜେ ସେ'
ଗୋଧୂଳୀ ସଂଜେ ସେ'
ଗୋଧୂଳୀ ସଂଜର ଅସ୍ତରାଗ ଆଭା
ସାତରଂଗ ଦେଲା ବୁଣି
ମୂରୁଜ ଛଟାରେ ତୁମ ମୁହଁ ହସ
ନେଉଥିଲା ମନ କିଣି
ଲାଜେଇ ଲାଜେଇ ଚିପା ଚିପା ଓଠେ
କହୁଥିଲ କିବା ନିଜ ଅଜାଣତେ
ବଉଦ ଫାଙ୍କରେ ଉଙ୍କି ମରା ତାରା
ଶୋରିଷ କ୍ଷେତର ଫୁଲ ସୁନା ଝରା
କାଖରେ କଳସୀ
ଚାଲି ତା'ଅଳସୀ
ନେଉଥିଲା ଆଖି ଟାଣି
ସ୍ବପ୍ନପୁରୀର ନାୟିକା ଟିଏ ସେ
ରୂପା ନଗରୀ ରୂପସୀ କି'ବା ସେ
ତା'କବରୀର ଗଭା
ଭାରି ମନ ଲୋଭା
ନେଉଥିଲା ହୃଦ ଜିଣି
