STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ଗୋଧୂଳୀ ସଂଜେ ସେ'

ଗୋଧୂଳୀ ସଂଜେ ସେ'

1 min
269

ଗୋଧୂଳୀ ସଂଜର ଅସ୍ତରାଗ ଆଭା

  ସାତରଂଗ ଦେଲା ବୁଣି

ମୂରୁଜ ଛଟାରେ ତୁମ ମୁହଁ ହସ

   ନେଉଥିଲା ମନ କିଣି


ଲାଜେଇ ଲାଜେଇ ଚିପା ଚିପା ଓଠେ

କହୁଥିଲ କିବା ନିଜ ଅଜାଣତେ

ବଉଦ ଫାଙ୍କରେ ଉଙ୍କି ମରା ତାରା

ଶୋରିଷ କ୍ଷେତର ଫୁଲ ସୁନା ଝରା

କାଖରେ କଳସୀ

ଚାଲି ତା'ଅଳସୀ

ନେଉଥିଲା ଆଖି ଟାଣି


ସ୍ବପ୍ନପୁରୀର ନାୟିକା ଟିଏ ସେ

ରୂପା ନଗରୀ ରୂପସୀ କି'ବା ସେ

ତା'କବରୀର ଗଭା

ଭାରି ମନ ଲୋଭା

ନେଉଥିଲା ହୃଦ ଜିଣି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract