STORYMIRROR

Prahallad Sahoo

Tragedy

4.0  

Prahallad Sahoo

Tragedy

ଗୋଦାମ

ଗୋଦାମ

1 min
133


ଘର ତ ଘର ସବୁଠୁ ବଡ ଘର

ସେ ଏଫ୍.ସି.ଆଇ. ଗୋଦାମ ଘର 

ଲୋକେ କହନ୍ତି ସେ ପରା 

ଭାରତର ଅର୍ଣ୍ଣ ଭଣ୍ଡାର

ଖାଦ୍ୟ ଶସ୍ୟରେ ଭରପୁର ସେ ଘର 

ଗୋଟେ ଗୋଦାମ ଘର - 

ଏଫ୍.ସି.ଆଇ. ନାମ ତାହାର ।

ଅମାପ ମାପ ଧାନ ଚାଉଳ ଗହମ

ଭରା ଅଛି ସେ ଘରେ 

ଆପତ୍ତି ବିପତ୍ତିରେ 

ସେହି ଏକା ସଖା ସହୋଦର

ଏଫ୍.ସି.ଆଇ. - ଗୋଦାମ ଘର ।

ଘଟଣା ଦୁର୍ଘଟଣା ଅଘଟଣା 

ସବୁ ସମୟରେ ଯୋଗାଇ ଆହାର 

ବଞ୍ଚେଇଛି ସେ କେତେ କେତେ ପ୍ରାଣ।


ରକ୍ଷକ ହୋଇ ଭକ୍ଷକ ସାଜିଲା ଯେବେ ମନୁଷ୍ୟ 

ଟନ୍ ଟନ୍ ସଢିଗଲା ଗୋଦାମ ଘରେ ଅନାଜ।

ଗାଦି ମାଡି ବସିଥିବା ସଫେଦ କପଡା ବାଲା ବାବୁ

ବାଟ ମାରଣା କରି ଖାଇଗଲେ 

ଟିଖିଆ ଗରିବର ଅନ୍ନ;

କାଗଜ ପତ୍ରରେ ମିଳୁଛି ଗହମ ଚାଉଳ

କିନ୍ତୁ ଦିନୁ ଦିନ ବଢୁଛି ଅଭାବ ଅନାଟନ।


ଆଜି ଗୋଦାମ ଘର ଖାଲି

ଧଳା କପଡା ବାଲା କଳାମୁଣ୍ଡିଆର

ପକେଟ ଯାଉଛି ଭରି ।

କିଏ ବା ବୁଝୁଛି କାହାର ଦୁଃଖ 

ଏଠି ଧନୀ ନାଚେ ନିଜ ସୁଖେ ହୋଇ ସୁଖୀ

ଗରିବ ନାଚୁଛି ଦୁଃଖରେ ହୋଇ ବିମୁଖ।


ଆମ ଗୋଦାମରୁ ଖାଦ୍ୟ ଶସ୍ୟ ନେଇ

ବିଦେଶୀ ଜନତା ଖୁସିରେ କାଟନ୍ତି ଦିନ 

ସେଥିଲାଗି ବାହା ବାହାଇ ନିଅନ୍ତି 

ଆମ ଦେଶର ନେତାଗଣ।

ଧନ୍ୟ ତୁମେ ନେତା  

ଧନ୍ୟ ତୁମ ନେତା ପଣ।

ପଛ ସନିପାତ ମୁହଁ ଟାଣ

କଥା କଥାରେ କହନ୍ତି 

ଆମ ଦେଶ ଭାରତ ମହାନ।

ଏବେ ଗୋଦାମ ଘରଟା ଖାଲି ପଡିଛି

ଶୁଣରେ ଭାଇ ଶୁଣ।



Rate this content
Log in

Similar oriya poem from Tragedy