Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଗଣେଶ ପୂଜନ

ଗଣେଶ ପୂଜନ

1 min
430


ବିଘ୍ନ ବିନାଶକ ପ୍ରଭୁ ଗଜାନନ 

ବିଘ୍ନ ପ୍ରତି ମୁହୁର୍ତ୍ତରେ

ବିଘ୍ନ ନାଶ କର ଗଉରୀ ନନ୍ଦନ

ଶରଣ ତୋ ଚରଣରେ ।


ସର୍ବାଗ୍ରେ ପୂଜିତ ବୋଲି ଅଗ୍ରପୂଜ୍ୟ

ସିଦ୍ଧି ବୁଦ୍ଧି ଜ୍ଞାନଦାତା

ଜ୍ଞାନ ଚକ୍ଷୁ ବଳେ ଜଗତ ଜିତିଛ

କେନ୍ଦ୍ର କରି ପିତାମାତା ।


ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

ଗଣେଶ ଚତୁର୍ଥୀ ବିଧି

ଜ୍ଞାନୀ ଅବା ମୁର୍ଖ ସଭିଏଁ ପୁଜନ୍ତି

ସମସ୍ତେ ଚାହାଁନ୍ତି ବୁଦ୍ଧି ।


ପ୍ରତି ଶିକ୍ଷାନୁଷ୍ଠାନେ ପୂଜା ପାଳନ

ବିଦ୍ୟାର୍ଥୀଙ୍କ ମନେ ଭକ୍ତି

ବହୁ ଆଡ଼ମ୍ବରେ ପାଳନ ହେଉଛି

ତୁମେ ଅଗତିର ଗତି ।


ପୁର ପଲ୍ଲୀ ଆଉ ସହର ବଜାର

ସବୁଠି ଖୁସି ଲହର

ଅନ୍ୟ ଦେବତାଙ୍କ ଜନମ ତିଥିରେ

ହୁଏ ନାହିଁ ଏ ସମ୍ଭାର ।


ଯୁବ ଗୋଷ୍ଠୀଙ୍କ ପ୍ରିୟ ପୂଜା ଉତ୍ସବ

ପୂଜା ମଣ୍ଡପ କମ୍ପୁଛି

ମଣ୍ଡପ ଆଗରେ ବି ମନୋରଞ୍ଜନ

ଗୀତ ନାଚ ହେଉଅଛି ।


ରଙ୍ଗ ଓ ବେରଙ୍ଗ ତୋରଣ ସହିତ

ଉନ୍ମାଦନାର ସଙ୍ଗୀତ

ଭକ୍ତି ଥାଉ ଅବା ନ ଥାଉ ମନରେ

ହେଉ ଅଛି ନାଚ ଗୀତ ।


ପ୍ରତି ବର୍ଷ ଏହି ଭାଦ୍ରବ ମାସରେ

ଗଣେଶ ପୂଜା ଉତ୍ସବ

ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ

ଖୁସି ଆନନ୍ଦର ପର୍ବ ।


ଜ୍ଞାନ ପ୍ରାପ୍ତି ପାଇଁ ପୂଜା ଆରାଧନା

ନାମକୁ ମାତ୍ର ରହିଛି

ଗଣେଷଙ୍କ ପୂଜା ପାଳନ ଆଳରେ

ଅରାଜକତା ଚାଲିଛି ।


ଚାନ୍ଦା ଭେଦା ପାଇଁ ବିଶୃଙ୍ଖଳା ସୃଷ୍ଟି

ବାଦ ବିବାଦର ତାତି

ବିଘ୍ନ ନାଶକ ପୂଜା ନାମରେ ହିଁ

ବିଘ୍ନ ହେଉଛି ଉତ୍ପତ୍ତି ।


ପୂଜା ସରିଗଲେ ଭସାଣି ହେଉଛି

ସବୁଠୁ ବଡ ସମ୍ଭାର

ନଦୀ ପୋଖରୀ ଓ ସମୁଦ୍ର ଗର୍ଭରେ

ବିସର୍ଜନ ପଟୁଆର ।


ପରିବେଶ ଏବେ ହେଉଛି ଦୂଷିତ

ପୁଣି ମୂର୍ତ୍ତି ବିସର୍ଜନ

ଭକ୍ତି ଭାବ ଥିଲେ ପ୍ରଥମେ ଶୁଣିବେ

ପ୍ରଭୁଙ୍କର ବଡ କାନ ।


ଭାଇଚାରା ପର୍ବ ଗଣେଶ ପୂଜାରେ

ସବୁଠୁ ବଡ ଆଶ୍ଚର୍ଯ୍ୟ

ଜାତି ଧର୍ମ ଭେଦ ଭାବ ଭୁଲି ଯାଇ

ଗଣେଷଙ୍କ ପୂଜା କାର୍ଯ୍ୟ ।


ପାପାଙ୍କୁଶ ତୁମ ପାଖରେ ରହିଛି

ପାପ କରୁଅଛ ନାଶ 

ପାପର ଭାର ରେ ବୁଡ଼ିଛି ସମାଜ

କଳୁଷ କୁ କର ନାଶ ।


ଧନ୍ୟ ପ୍ରଭୁ ତୁମେ ହିଁ ଗଣ ନାୟକ

କୃପା ଦୃଷ୍ଟି ରହି ଥାଉ

ମନ୍ଦ ଚିନ୍ତା ଧାରା କୁସ୍ଚିତ ଭାବନା

ଅଙ୍କୁଶ ରେ ନାଶ ହେଉ ।


ସଦବୁଦ୍ଧି ଦିଅ ସବୁରି ମନରେ

ଏହି ଅଳି ଶ୍ରୀଚରଣେ 

ହର୍ଷ ଉଲ୍ଲାସରେ ଗଣେଶ ପୂଜନ

ମନେ ହେଉ ପ୍ରତି କ୍ଷଣେ ।



Rate this content
Log in

Similar oriya poem from Abstract