Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Classics

4  

Niranjan Mishra

Classics

ଗଜାନନ ବେଶେ କଳା କହ୍ନେଇ

ଗଜାନନ ବେଶେ କଳା କହ୍ନେଇ

1 min
214



ଆସିଲେ ଜ୍ୟେଷ୍ଠ ପୁନେଇଁ

ଗରମରୁ ତ୍ରାହି ପାଇବା ପାଇଁ

ବଉଳ ଲୋ

ସ୍ନାନ କରନ୍ତି ନୀଳାଦ୍ରିସାଇଁ

ବଉଳ ଲୋ ।୧।

ସାଥିରେ ଭଉଣୀ ଭାଇ

ଚକ୍ରରାଜ ସୁଦର୍ଶନଙ୍କୁ ନେଇ

ବଉଳ ଲୋ

ସ୍ନାନ ମଣ୍ଡପେ ବିଜେ କହ୍ନେଇ

ବଉଳ ଲୋ ।୨।

ଶହେଆଠ ଗରା ପାଣି

ପୂୂର୍ବଦିିନ ସୁନାକୂଅରୁ ଆଣି

ବଉଳ ଲୋ

ଅଧିବାସିତ କରନ୍ତି ପୁଣି

ବଉଳ ଲୋ ।୩।

ଗୋଟି ପହଣ୍ଡିରେ ଆସି

ରୁନ୍ଧା ହେଲେ ପ୍ରଭୁ ମଣ୍ଡପେ ବସି

ବଉଳ ଲୋ

ସ୍ନାନ କରିଲେ ମୋ ବ୍ରହ୍ମରାଶି

ବଉଳ ଲୋ ।୪।

ସରିଲା ତାଙ୍କର ସ୍ନାନ

ଗଜାନନ ବେଶ ହୋଇ ବହନ

ବଉଳ ଲୋ

ଭକତଙ୍କୁ ଦେଲେ ଦରଶନ

ବଉଳ ଲୋ ।୫।

କଳାହାତୀ ଧଳାହାତୀ

ଜଗନ୍ନାଥ ବଳଭଦ୍ର ଦିଶନ୍ତି

ବଉଳ ଲୋ

ଦେଖି ଭକତ ଲଭଇ ତୃପ୍ତି

ବଉଳ ଲୋ ।୬।

ଗଣପତି ଭଟ୍ଟ ଦିନେ

ଆସିଥିଲେ ଗଜାନନ ଦର୍ଶନେ

ବଉଳ ଲୋ

ହୋଇ ନିରାଶ ଫେରିଲେ ମନେ

ବଉଳ ଲୋ ।୭।

ଶୂନ୍ଯବାଣୀ ହେଲା ଶୁଣି

ଫେରି ଦରଶନ କରିଲେ ପୁଣି

ବଉଳ ଲୋ

ଗଜାନନ ବେଶ ଚକ୍ରପାଣି

ବଉଳ ଲୋ ।୮।

ତୁଟିଗଲା ଅଭିମାନ

ଜଗନ୍ନାଥ ନିଜେ ହିଁ ଗଜାନନ

ବଉଳ ଲୋ

ସେଦିନୁଁ ଏ ବେଶ ପ୍ରଚଳନ

ବଉଳ ଲୋ । ୯।

ଗଜାନନ ବେଶ ହୋଇ

ସ୍ନାନ ମଣ୍ଡପରେ କଳା କହ୍ନେଇ

ବଉଳ ଲୋ

ଗଳେ ତୁଳସୀ ମାଳ ଲମ୍ବଇ

ବଉଳ ଲୋ ।୧୦।

ଗଜପତି ରାଜା ତହିଁ

ଛେରା ପହଁରା କରିଲେ ବନ୍ଦାଇ

ବଉଳ ଲୋ

ପଦେ ନିଉଛାଳି ହେଲେ ସେହି

ବଉଳ ଲୋ ।୧୧।

ମନ ମୋ ପ୍ରଭୁ ପୟରେ

ରହୁ ମୁଁ ଏତିକି ମିନତି କରେ

ବଉଳ ଲୋ

ସର୍ବେ ନିସ୍ତରନ୍ତୁ ଦର୍ଶନରେ

ବଉଳ ଲୋ ।୧୨।


Rate this content
Log in

Similar oriya poem from Classics