ଛନ୍ଦା ଚରଣ
ଛନ୍ଦା ଚରଣ
ଛନ୍ଦା ଚରଣ କର ହେ କାରଣ
ଏ ଜୀବନ ଫୁଲ ବାସୁଥାଉ
ପରିତ୍ୟାଗ କରି ଅହଙ୍କାର ସବୁରି
ଜଗତ କଲ୍ୟାଣେ ଲାଗିଥାଉ
ନବବରଷରେ ଆଶିଷ ଦିଅ ହେ ଠାକୁରେ
ସେ ବଂଶୀ ସ୍ଵନ ଶୁଭୁଥାଉ
ମୂର୍ଚ୍ଛନାରେ ତାର ଶାଶ୍ୱତ ପ୍ରେମ
ମୈତ୍ରୀ ଝରଣା ସଦା ବହିଯାଉ
କନ୍ଦାଅନା ପ୍ରଭୁ କେବେ ବି କାହାକୁ
ତୁମ କୃପା ସଦା ଝରୁଥାଉ
ଦେଇଛ ଜନମ ଗଢ଼ିଛ ଓଁ ରେ ଏ ସୃଷ୍ଟି
ବିଲୟ ତାହାର ନହୋଇ ଜୟ ହେଉ
ପ୍ରତିଟି ହୃଦୟେ ଆପଣାପଣର
ମହକ ମଲ୍ହାର ଛୁଟୁଥାଉ
ମଣିଷ ଭିତରେ ସଚୋଟ ମଣିଷପଣିଆ
ତାର ଜାତି ଗୋତ୍ର ହେଇରହୁ
ଅନାଥର ନାଥ ଅଗତିର ଗତି
ଛାମୁ ହେ ତୁମରି ଯଶ ରହୁ
ତୁମେ ନିରାକାର କିନ୍ତୁ ସଚରାଚର ମହାବାହୁ
ସୃଷ୍ଟିରେ ତୁମରି ଶାନ୍ତି ରହୁ
କେଉଁ ରୂପେ ତୁମେ ବିନୋଦିଆ ଭକ୍ତ ଭାବଗ୍ରାହୀ
ପ୍ରଭୁହେ ଆଶ୍ରିତକୁ ସାହା ହେଉ ହେଉ
ଅଢେଇ ଦିନର ଜୀବନ ଭିତରେ ପ୍ରଭୁ ହେ
ମହନୀୟତାର ଜୟ ହେଉ
ଓଁକାର ମଣ୍ଡଳ ହେ ଛନ୍ଦାଚରଣ ସବୁରି ହୃଦୟ
ଭିତରେ ଶାଶ୍ୱତ ପ୍ରେମ ଫଲଗୁ ବହୁଥାଉ ।