STORYMIRROR

Debashis Pati

Classics Inspirational

3  

Debashis Pati

Classics Inspirational

ନୂଆବର୍ଷ ଆଗମନେ

ନୂଆବର୍ଷ ଆଗମନେ

1 min
162

ନୂଆବର୍ଷ

ତୁମେ କେତେ ରୋମାଂଚିତ ସତେ !

କେତେ ରୋମାଞ୍ଚକର ତୁମର ସେ ସ୍ନିଗ୍ଧ ଶିହରଣ

ତୁମେ ଆସିଲେ ବଦଳିଯାଏ ଋତୁ

ବଦଳିଯାଏ ଦିନ-ମାସ-ବର୍ଷ,ତିଥି, ବାର ଓ ନକ୍ଷତ୍ର

ବଦଳିଯାଏ ବୟସର ରଂଗ

ବଦଳିଯାଏ ଚେତନାର ସବୁଜ ଆସ୍ତରଣ

ସମ୍ପର୍କର ଅନାବନା ଗଛ,କିଛି କିଛି ନୂଆ ଲାଗେ

ମନ ପ୍ରାଣ ଓ ଶରୀର,ଆଶାର କଅଁଳ କଢିଗୁଡିକ

ମୁକୁଳିଯାଆନ୍ତି ଶୂନ୍ୟରୁ ମହାଶୂନ୍ୟକୁ

ମାଟି ଲାଗେ ପାର୍ବଣ ପାର୍ବଣ

ଚିରାଚରିତ ଗତାନୁଗତିକ ଜୀବନର

ସରଳ ଗାଣିତିକ ସୂତ୍ର ବଦଳିଯାଏ କିଛି କ୍ଷଣ

ରୁକ୍ଷ ଆବେଗରେ ଭରା ସ୍ପନ୍ଦନ

ଅଟକି ଯାଏ କ୍ଷଣିକ

ନଈର ସ୍ରୋତ କୂଳ ଲଂଘନ କରେ

ବାସ୍ନାୟିତ ହୁଏ ଘାସ ଫୁଲ

ମାଟି ଅଗଣାର ସବୁଜ କୋଳରେ ।

ଅବଶ୍ୟ ଗତାନୁଗତିକ ତୁମ ଯାତ୍ରା ପଥରେ

ଫରକ ଲାଗେ କିଛିଟା

ନୂଆବର୍ଷ !ତୁମ ଆଗମନରେ,ମନ ମୋ ହୁଏ ଆନମନା

ଅପର୍ଯ୍ୟାପ୍ତ ଅନ୍ୟମନସ୍କତାରେ

ଆଉଟୁ ପାଉଟୁ ହୁଏ ପ୍ରାଣ

କେତେ ଅନୁଚ୍ଚାରିତ ଶବ୍ଦମାନଙ୍କ ଘେରରେ ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics