STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଏକାକୀ ଜୀବନେ

ଏକାକୀ ଜୀବନେ

1 min
125



ଏକାକୀ ଜୀବନେ ଭଲ ଲାଗୁ ନାହିଁ

ମୋତେ ଛାଡି ଚାଲି ଗଲ କୁହ କାହିଁ ।


ଯେବେ ତୁମେ ମୋ ଜୀବନେ ଆସିଲ

ତୁମ ପ୍ରେମ ଜାଲେ ମୋତେ ବାନ୍ଧି ଦେଲ ।


ତୁମ ବିରହ ଭାରି କଷ୍ଟ ଦେଉ ଅଛି

ଜୀବନ ରେ ଏକାକୀ ମୁଁ ରହିଛି ।


ତୁମ ସାଥେ ମନ ମୋ ମିଶି ଥିଲା

ମୋ ଠାରୁ କିଏ ତୁମକୁ ଛଡାଇ ନେଲା ।


ତୁମ ପାଇଁ ସବୁ ରାତି ଝୁରି ହେଉଛି

ଏକାକୀ ଜୀବନ ରେ ତୁମକୁ ଖୋଜୁଛି ।


ଏକାକୀ ଜୀବନ ଟା ମୋର ଲାଗୁ ଅଛି ଫିକା

ତୁମେ ମୋତେ ଭଲ ପାଇ ଦେଇ ଗଲ ଧୋକା ।


ଏକାକୀ ଜୀବନ ରେ ଭଲ ନ ଲାଗୁଛି

ବଞ୍ଚିବା ପାଇଁ ମୁ ତୁମ ପରି ସାଥି ଟେ ଖୋଜୁଛି ।


ଏକାକୀ ଜୀବନ ଟା ଭାରି କଷ୍ଟ ଦାୟକ

ପ୍ରିୟା ତୁମରି ବିଚ୍ଛେଦ ମୋତେ ଦେଇଗଲା ଶୋକ।


ତୁମେ ସିନା ମୋତେ ପର କରି ଭୁଲି ଗଲ

ଏକାକୀ ଜୀବନରେ କେମିତି ରହିବି 

ଥରେ ନ ଭାବିଲ ।


ନୀରବେ ବାସି ଭାବୁଛି ଖାଲି ତୁମରି କଥା କୁ

ଏକାକୀ ଜୀବନ ରେ ଚାହଁି ରହିଛି ତୁମ ଫେରିବା ପଥକୁ ।


Rate this content
Log in

Similar oriya poem from Classics