STORYMIRROR

Pranati Panda

Classics Inspirational

4.0  

Pranati Panda

Classics Inspirational

ମା ଗୋ

ମା ଗୋ

1 min
196



ସର୍ବମାତା , ସର୍ବଶ୍ରେଷ୍ଠା , ସର୍ବରୂପା 

ଜଗତ ଜନନୀ ତୁହି ,

ସର୍ବପୂଜ୍ୟା , ଶୂନ୍ୟରୂପା , ଶକ୍ତିରୂପା

ମାତା ଦୁର୍ଗା ନାମ ବହି ।


ସର୍ବମୟୀ , କୃପାମୟୀ , ଭାବମୟୀ

ମା ଗୋ ଦେଵୀ ଦଶଭୂଜା ,

ନାରାୟଣୀ,ମା ରୁଦ୍ରାଣୀ , ତୁ ତାରିଣୀ

ରୂପେ ମା ଗୋ ପାଉ ପୂଜା ।


ବ୍ରହ୍ମମୟୀ , ଶକ୍ତିମୟୀ , ଦୟାମୟୀ

ପରଂବ୍ରହ୍ମ ସ୍ୱରୁପିଣୀ ।

ତ୍ରୀନୟନୀ , ମା ଭବାନୀ , ତୁ ଜନନୀ

ମା ଗୋ ସଙ୍କଟ ହାରିଣୀ ।


କରୁଛି ପ୍ରଣତି ମା ଆଦି ଶକତି

ଶ୍ରୀଚରଣେ ସ୍ଥାନ ଦେବୁ ,

ଅଧମା ଅଜ୍ଞାନୀ ଧରେ ପାଦ ବେନି

ଦୋଷ କ୍ଷମା ମା କରିବୁ ।


Rate this content
Log in

Similar oriya poem from Classics