STORYMIRROR

Krishna Mishra

Classics

3  

Krishna Mishra

Classics

ଲେଖିବାକୁ ଚାହେଁ ମୁଁ

ଲେଖିବାକୁ ଚାହେଁ ମୁଁ

1 min
157


ଲେଖିବାକୁ ଚାହେଁ ମୁଁ....

ନାଲି ଧଳା ହଳଦିଆ କାଗଜ ଉପରେ 

ସୂର୍ଯ୍ୟର ଉଷ୍ଣତା ଫୁଲର ମହକ ଆଉ ଭିଜା ଭିଜା ବର୍ଷାର କବିତା... 


ହେଲେ ଲେଖି ଯେ ପାରେନା!!!

ଅବ୍ୟକ୍ତ ରହିଯାଏ....

ଛଟପଟ ସମ୍ବେଦନା 

ଗୁଡ଼ାଏ ବିତୃଷ୍ଣା 

ଇଚ୍ଛା ମାଳ ମାଳ 

ସ୍ୱପ୍ନ ଭଙ୍ଗିଳ 

ଦେଖିଥିଲି ଯେଉଁ ରାତ୍ରୀର ଶେଷ ପ୍ରହରରେ....

ଘନ ଅନ୍ଧକାରେ ଏକାନ୍ତରେ ସ୍ୱୟଂ ସହ ଯୁଝୁଯୁଝୁ ଲେଖିବାକୁ ଚାହେଁ

ଛଳ ଛଳ ଆଲୋକ ରଶ୍ମି ସୁଗନ୍ଧ ଭରା କବିତା.....


ଯାହାର ଅକ୍ଷର ଅକ୍ଷର ଶବ୍ଦ ଶବ୍ଦ

ମୋର ବିକ୍ଷିପ୍ତ ଅସ୍ତିତ୍ୱକୁ

ଉଜ୍ଜ୍ୱଳତାର ଅର୍ଥ 

ଆଉ ଭିଜା ଭିଜା ଅନୁଭୂତିକୁ 

ଗଗନର ବିଶାଳତା ଦେଉଥିବ.....


  କିନ୍ତୁ ନା!

ଲେଖି ଯେ ପାରେନା ଏମିତି

ମହକୁଥିବା ପ୍ରକାଶ ଭରା କବିତା 

ଯାହା ମୋ ଅନ୍ତରର ଓଦା ଅନ୍ଧକାରେ

ଆଲୋକର ଫୁଲ ଫୁଟାଇବ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics