Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଘଟଣା ଦୁର୍ଘଟଣା

ଘଟଣା ଦୁର୍ଘଟଣା

1 min
153



ଘଟଣା ବହୁଳ ଜୀବନ ଜଞ୍ଜାଳ

ଦୁଃଖ ସୁଖ ମିଶାମିଶି

ଜ୍ଞାତ ବା ଅଜ୍ଞାତେ ହୁଏ ଉପନୀତ

ଆଖି ପିଛୁଳାକେ ଆସି

ଆନନ୍ଦ ମୂର୍ଚ୍ଛନା ସୁଖ ଘଟଣାରେ

ଆପେ ଆପେ ଓଠେ ହସ

ଆନନ୍ଦରେ ଲୋଟି ମନ ଉତ୍ଫୁଲିତ

ଉପଭୋଗ୍ୟ ଯୁକ୍ତ ରସ

ଜୀବନର ସୁଦୀର୍ଘ ପଥରେ ପଥିକ

ଭେଟ ହୁଅଇ ଘଟଣା

ବେଦନା ଭରା ଘଟଣା ମନେ ହୁଏ

ସତେ ଅବା ଦୁର୍ଘଟଣା

ବିନା ସୂଚନାରେ ଘଟଣାର ଜନ୍ମ

ନାହିଁ ନିଜସ୍ଵ ଠିକଣା

ଅକସ୍ମାତ ଘଟି ଯାଏ ସବୁକିଛି

ଘଟଣା ବା ଦୁର୍ଘଟଣା

ଦୁର୍ଘଟଣା ରୂପେ ଆକସ୍ମିକ ଘଟଣା

ବୁଦ୍ଧି ହୁଏ ବାଟବଣା

କିଏ କହେ ଭାଗ୍ୟରେ ହିଁ ଲେଖା ଥିଲା

ଦେଖିବାକୁ ଦୁର୍ଘଟଣା

ପ୍ରତ୍ୟେକ ଘଟଣା ଘଟେ ଆପେ ଆପେ

ଭଲ ହେଉ ଅବା ମନ୍ଦ

ଦୁଃଖ ସମସ୍ୟା ହୋଇଲେ ଭୟାବହ

ଘଟଣା ପାଇଁ ବିଷାଦ 

ଘଟଣା ସୁଖପ୍ରଦ ରେ ଜାତ ଆନନ୍ଦ

ମନ ରହେ ଚିରଦିନ

ଘଟଣା ଜନିତ ଦୁଃଖ ଓ ସମସ୍ୟା

ଦୁର୍ଘଟଣା ଭାବେ ଗଣ୍ୟ

ପ୍ରତ୍ୟେକ ଘଟଣା ନୁହେଁ ଦୁର୍ଘଟଣା

ଜୀବନର ଚଲାପଥେ

ଦୁର୍ଘଟଣା ଜୀବନର ଭିନ୍ନ ମୋଡ

ଦୁଃଖ ବିପଦ ସହିତେ ।


ଜୀବନର ଡଙ୍ଗା ଭାସି ଚାଲୁଅଛି

ସଂସାର ଦରିଆ ଜଳେ

ଅମାପ ଗଭୀର ଅଥଳ ଜଳଧି

ଜଞ୍ଜାଳ ତରଣି ମାଳେ 

ସମୟ ର ବାଆ ପଛରୁ ଠେଲୁଛି

ଡଙ୍ଗା ଭାସି ଭାସି ଯାଏ

କେତେ ଝଡ ବାତ୍ୟା ହୁଏ ସମ୍ମୁଖୀନ

ହିସାବ ରଖି ନ ହୁଏ

ଘୋଟି ଆସେ ଯେବେ ଘନ ଅନ୍ଧକାର

ଡଙ୍ଗା ହିଁ ମାତ୍ର ଆଶ୍ରୟ 

ନିର୍ମଳ ହୋଇଲେ ଆକାଶ ମଣ୍ତଳ

ଜୀବନ ହୁଅଇ ଥୟ

ଡଙ୍ଗା ବୁଡି ଗଲେ ଦରିଆ ଭିତରେ

ଜୀବନ ଯାତ୍ରା ସରିବ

ଦରିଆ କେବଳ ଲହରୀ ସାଥିରେ

କିଏ କାହାକୁ ଖୋଜିବ


ପଥିକ ବେଶରେ ଆସି ଏ ସଂସାରେ

ପଥଚାରୀ ପଥେ କ୍ଳାନ୍ତ 

ବୃକ୍ଷ ରୂପୀ ପୃଥ୍ବୀ ଛାୟାରେ ଆଶ୍ରୟ

ପଥ ଯେବେ ଭାରାକ୍ରାନ୍ତ

ଫେରିବାକୁ ହେବ ଆପଣା ପଥରେ

ବୃକ୍ଷ ଥିବ ମାତ୍ର ରହି

ବୃକ୍ଷକୁ ନିହାତି ନିଜର କରିବା

କାହାର ବି ସାଧ୍ୟ ନାହିଁ

ପ୍ରକୃତିର ଖେଳ ହେଉଅଛି ନିତି

ନିମିଷକେ ଖେଳେ ଖେଳ

ଘଟଣା ଦୁର୍ଘଟଣା କେଉଁ ପ୍ରକାର

ଭାବିବାକୁ ନାହିଁ ବେଳ ।



Rate this content
Log in

Similar oriya poem from Classics