STORYMIRROR

Narayan chandra Senapati

Tragedy

4  

Narayan chandra Senapati

Tragedy

ଘରଚଟିଆର କୋହ

ଘରଚଟିଆର କୋହ

1 min
492


ଚାହେଁ ନା ମୁଁ ହେବା ପାଇଁ ଚିଲ କି ଶଗୁଣା

ଉଡିବାକୁ ଶୁନ୍ୟପଥେ

ଦୃଷ୍ଟି ରଖି ଭୂପୃଷ୍ଠର ପଚା ମଢେ

ଦେଖାଇବି ଆସ୍ଫାଳନ ବଡିମାର ତଟେ।

ଚାହେଁନା ହେବା ପାଇଁ ଶୁଆ କିବା ଶାରୀ

ବନ୍ଦୀ ହୋଇ ଭୁଞ୍ଜିବାକୁ ରୁପା ଥାଳୀ ଅନ୍ନ

ପରାଧୀନେ ରହିବାକୁ କାହାର ଆଶ୍ରାରେ 

ଚକମକ ପଞ୍ଜୁରୀ ସେ ପ୍ରସାଦ ସୁବର୍ଣ୍ଣ।

ଚାହେଁନା ମୁଁ ହେବାପାଇଁ ଓଟ ପକ୍ଷୀ 

ଲେଖିବାକୁ ନାମ ସବୁଠାରୁ ବଡ଼

ଦେଇ ବିରାଟ ଡିମ୍ବ ପିଟିବି ଡିଣ୍ଡିମ୍ବ  ଶୁଷ୍କ ହୋଇ ଆବୋରିବି ମରୁବାଲି ଗଡ଼। 

ମୁଁ ଏକ କ୍ଷୁଦ୍ର ଜୀବ ଏ ବିଶ୍ୱ ବ୍ରହ୍ମାଣ୍ଡେ

ସ୍ୱର୍ଗ ମୋର ଚାଳଘର କ୍ଷୁଦ୍ର ବୁଦା ରଥେ

ଜୀବଙ୍କ ଆଖି ସମ୍ମୁଖେ କ୍ରୀଡା କରି ଦଣ୍ଡେ

ଆନନ୍ଦେ ଭକ୍ଷିବି ଦାନା ବସୁଧା ମା ହାତେ।

ମୁଁ ଏଜ ଘରଚଟିଆ କ୍ଷୁଦ୍ର ଅତି କ୍ଷୁଦ୍ର

ଦୁଃଖ ମୋର ଦେଖି ଆଜି ଚାଳଶୂନ୍ୟ ଗାଁ

କଂକ୍ରିଟର ଘର ପ୍ରେମ ଦିଏ ନାହିଁ ମୋତେ

ସଭ୍ୟତାଟା ବିକାଶରେ ଲାଗେ ଖାଁ ଖାଁ।

ଏ ଶୂନ୍ୟ ସାମ୍ରାଜ୍ୟେ ଆଜି ନାହିଁ ମୋର ସ୍ଥାନ

ଚକ୍ଷୁ ଗଡେ ଲୋତକ କିନ୍ତୁ ନାହିଁ ଅଭିମାନ

ତଥାପି ଆଶା ବାନ୍ଧି ରହିଛି ଅନ୍ତରେ

ଆସିବ ସେ ସମୟ ଅଂଶୁଘାତ ଡରେ

ତୋଳାହେବ ମମତାର ଚାଳଘର କରେ

ଯେଉଁଠି କି ଆମନ୍ତ୍ରିତ ହେବି ଆଦର ଯତ୍ନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy