ଘର ଠାରୁ ଦୁରେ ପୁଅ
ଘର ଠାରୁ ଦୁରେ ପୁଅ
ଘର କଥା ସିନା ଗୃହିଣୀ ବୁଝନ୍ତି
ପୁଅର ସେ ଭାଗ୍ୟ କାହିଁ,
ସକାଳରୁ ସଞ୍ଜ, ସଞ୍ଜ ରୁ ସକାଳ
ଜାଣି ନ ପାରନ୍ତି ସେହି
ତଥାପି ଶୁଣନ୍ତି କେତେକଥା ପୁଣି
ଆପଣା ଲୋକଠୁ ସିନା,
କେଉଁ ଭାଗ୍ୟ ନେଇ ଜନମି ଥାଆନ୍ତି
ଭାଗ୍ୟର କି ବିଡମ୍ବନା
ଯାହା ପାଇଁ ଦିନେ ଧରାକୁ ଆସିଲେ
ତା ପାଖରେ କେଉଁ କାମ,
ଜନ୍ମ ଦେଲା ସିନା କରମ ଦେଇନି
ସର୍ବଂ ସହା ଧରା ସମ
ଦିନ ଥିଲା ଯେବେ କେତେ ସହୁଥିଲା
ନୂଆ ନୂଆ ଶାଶୂଘର,
ବୃଦ୍ଧା ବୟସରେ ସବୁ ବଳିଗଲା
ବୋହୁ କଲା ଛାର ଖାର
ନୟନ ପିତୁଳା ଚାଲିଗଲା ତାର
କୋଳ ପଡିଗଲା ଖାଲି,
ଏ କଳି କାଳର ଗୃହିଣୀ କୁହନ୍ତି
ଅଲଗା ରହିବି ବୋଲି
ପୁଅ ପୁଅ ବୋଲି ଘର ଫାଟୁଥିଲା
ପୁଅ ଟି ତ ଗଲା ଭୁଲି,
ପୁଅ ବୋହୁ ଙ୍କର ମନ ପାଇଲାନି
ମା ବୁଢ଼ୀ ହେଲା ବୋଲି