STORYMIRROR

MISHRA HRUSIKESH

Classics

3  

MISHRA HRUSIKESH

Classics

ମୋ ସଂସ୍କୃତି

ମୋ ସଂସ୍କୃତି

1 min
270

ଶିକ୍ଷା ବିଭାଗରେ ରହିଛି ତଥାପି 

ଲାଜେ ଯାଏ ମୁହଁ ଲଇଁ

ସଂସ୍କୃତି ହଜିଛି ଦୂର ରାଇଜରେ

ଖୋଜିଲେ ନ ପାଏ କାହିଁ


କେଡେ ସୁନ୍ଦର ଏ ରାଇଜ ମୋହର

ମହାନ ତା ଇତିହାସ,

ଭୂଗୋଳ ପୋଥିରେ ନଥାଇ ବି ନାମ

ହୋଇନି କେବେ କା ଦାସ


ହିନ୍ଦୁ ମୁସଲିମ ଶିଖ ଇସାଇ

ସର୍ବେ ଏଠି ଭାଇ ଭାଇ

ଭିନ୍ନତା ମଧ୍ୟରେ ଏକତା ରହିଛି

ଧନ୍ୟ ମୋ ଉତ୍କଳ ଭୂଇଁ


ମନେ ପଡିଗଲେ ଲୋତକ ଝରଇ

ବୀର ବୀରଙ୍ଗନା କଥା,

କେଉଁଠି ହଜିଲା ସଂସ୍କୃତି ମୋହର

ଲାଯେ ନଇଯାଏଁ ମଥା


ପୂରୁବ ଗୌରବ ପୂରୁବ ମହିମା

ସତେ ଗଲା ଅପସରି,

ଓଡ଼ିଆ ହୋଇ ବି ଓଡ଼ିଆ ଭାଷାକୁ

ଗଲେଣି ସବୁ ପାସୋରି


କେଡେ ମହାନ ମୋ ଓଡ଼ିଆ ସଂସ୍କୃତି

ମହାନ ତା ବାରବାଟୀ,

ଝଲସି ଉଠଇ ମୋ ଘର ଦୁଆରେ

ମାର୍ଗଶୀରେ କେତେ ଝୋଟି


ମନେ ପଦୁଅଛି ଗୋଧୂଳି ସମୟ

ତୁଳସୀ ଚଉରା କଥା

ମନେ ପଡେ ପୁଣି ପଢ଼ନ୍ତି ଘରଣୀ

ନୀତି ଭାଗବତ ଗାଥା


ସେହି ରାଇଜରେ ଜନମ ମୋହର

ଅଛି ଚକାଆଖି ଯହିଁ,

କେଉଁଠି ହଜିଲା ସଂସ୍କୃତି ମୋହର

ଲାଯେ ଯାଏ ମୁହଁ ଲଇଁ


ଶାଢ଼ୀ ଆସି ଏବେ ରୁମାଲ ହେଲାଣି 

ଧୋତି ଯେ ଗଲାଣି ହଜି,

କେଉଁଠି ହଜିଲା ମୋ ସଂସ୍କୃତି ଆଜି

ପାଉନି ମୁଁ ଆଜି ଖୋଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics