STORYMIRROR

MISHRA HRUSIKESH

Comedy

4  

MISHRA HRUSIKESH

Comedy

ଯୌତୁକ

ଯୌତୁକ

1 min
332

ପୁଅ ପାଇଁ ଝିଅ ଖୋଜି ବୁଲେ ବାପ

ମଧ୍ୟସ୍ଥି ବୁଢାକୁ ଧରି

ଭଦ୍ରଲୋକ ସାଜି ମଧ୍ୟସ୍ଥି ଯା କୁହେ 

ଶୁଣେ ବାପ ମୁକ ପରି।


ଘୃଣା କରୁ ଆମେ ଯୌତୁକ ପ୍ରଥାକୁ

ଝିଅକୁ ନ ଦେବ କିଛି 

ଏହା ଠାରୁ ଆଉ ଘୃଣ୍ୟ ପ୍ରଥା ଆଉ

ସଂସାରେ କଅଣ ଅଛି।


ଖବର କାଗଜ ପୃଷ୍ଠାରେ ଆସଇ

କେତେ ଯେ ଖବର ନିତି 

ବିଚରା ବାପ ଟା ଝିଅ ବାହା ଦେଇ

ଫଟାଇ କାନ୍ଦୁଛି ଛାତି।


ପୁଣି ଥରେ ସେହି କଥା ଯେ କୁହନା

ଲଜ୍ଜ୍ୟା ଲାଗୁଅଛି ମୋତେ 

ଯାହା ଦବ ତୁମ ଝିଅକୁ ହିଁ ଦିଅ

ପଚାରୁଛ କିଆଁ ଏତେ।


ପରିବାପତର ସାଇତିବ ବନ୍ଧୁ

ତଟକା ସବୁ ରଖିବ 

ତୁମ ଝିଅ ନିତି ହସିବ ସମୁଦି

ଫ୍ରିଜ ଗୋଟିଏ ଦେବ।


ସମୟ ଯାଉଛି ସହଳ ସହଳ

ତୁମ ଝିଅ ଯେ ପଛେଇ ଯିବ 

ଝିଅଜୋଇଁଙ୍କର ସନମାନ ପାଇଁ

ମଟର ସାଇକଲଟେ ଦେବ।


କଳହ ପ୍ରକୃତି କିଛି ନାହିଁ ତାର

ସୁଧାର ଝିଅଟେ ସିଏ 

କଲର ଟିଭିକୁ ଛାଡ଼ିଦେଵ ଯଦି

ଆଉ ତାର ସାଥି କିଏ।


ଗ୍ରୀଷମ ସାଧୁଛି ଦାଉ ବନ୍ଧୁ ମୋର

ବଢି ତ ଚାଲିଛି ତାତି 

କୁଲର ଗୋଟିଏ ନଦେଲେ କୁହ ତା

କେମିତି ପାହିବ ରାତି।


ଭାରି ଚିକଣିଆ ତା କଅଁଳ ହାତ 

ଯନ୍ତ୍ରଣା ହେ ଦେବି ନାହିଁ 

ସେଥି ପାଇଁ ଭାବେ ୱାସିଂ ମେସିନ

ମାଗିବି ମୁଁ ତାର ପାଇଁ।


ତୁମରି ଝିଅଟି ଭାରି ଅଲିଅଳି

ଅପୂର୍ବ ଲାବଣ୍ୟବତୀ 

ଦଶଭରି ସୁନା ତା ଦେହେ ଥିଲେ ସେ

ଝଲସୁ ଥିବ ହେ ନିତି।


ତୁମ ଜ୍ଵାଇଁ ପରା ସର୍କାରୀ କିରାଣୀ

ଝିଅ ଭାଗ୍ୟବତୀ ହେବ 

ଜ୍ୱାଇଁକୁ ସମ୍ମାନ କରିବା ପାଇଁ ହେ

ଟଙ୍କା ପାଞ୍ଚ ଲକ୍ଷ ଦେବ।


ପୁଣି ଥରେ ସେହି କଥା ଯେ କୁହନା

ଲଜ୍ଜ୍ୟା ଲାଗୁଅଛି ମୋତେ 

ଯାହା ଦବ ତୁମ ଝିଅକୁ ହିଁ ଦିଅ

ପଚାରୁଛ କିଆଁ ଏତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy