STORYMIRROR

MISHRA HRUSIKESH

Abstract

4  

MISHRA HRUSIKESH

Abstract

ରଙ୍ଗ ହିନ ଅବିର

ରଙ୍ଗ ହିନ ଅବିର

1 min
225


ଦୁନିଆ ଖେଳୁଛି ନା ନା ରଙ୍ଗେ ଆଜି

ମୋ ଅବିର ରଙ୍ଗ ହାରିଲା,

କେମିତି ଜୀବନ ଦେଲୁ ଜଗନ୍ନାଥ

କାନ୍ଦି କାନ୍ଦି ଦିନ ଗଲା।


ଯେ ଡାଳ ଧରିଲେ ସେ ଡାଳ ଭାଙ୍ଗିଲା

ରଙ୍ଗ ଖେଳ ଗଲି ଭୁଲି,

ହୋଲି ପରବର ରଙ୍ଗ ବୋଳା ବୋଳି

ଜୀବନୁ ଗଲା ମୋ ଚାଲି।


ହୃଦ କନ୍ଦର ମୋ ରଞ୍ଜିତ ହୋଇଲା

ଦୁଃଖରେ ରଙ୍ଗୀନ ହୋଇ,

କେତେ ଦୁଃଖ ଆଉ ଦେବୁରେ କାଳିଆ

ମୁହଁ ଖୋଲି ଦେ କହି।


ଆହା କି ସୁନ୍ଦର ତୋର ଦୋଳି ଖେଳ

ରାଧା ରାଣୀ ସହ ମିଶି,

ମୋ ଜୀବନ ଦୋଳି ଗଲାଣି ରେ ଛିଡି

ଘୋଟିଲା ଜୀବନେ ନିଶୀ।


କେଉଁ ଜନ୍ମ କର୍ମ ଫଳରେ କାଳିଆ

ଏହି ଜନ୍ମେ ଭୋଗେ ମୁହିଁ,

ପାରିବୁ ଯଦି ତୁ କହିଦେରେ ମୋତେ

ଭକତ କଲ୍ୟାଣ ପାଇଁ।


ଦେଖି ମୋର ଦୁଃଖ ତୋହରି ଭକତ

ଭକତିରେ ହେବେ ବନ୍ଧା,

ତୋହରି ସେବାରେ ମୋ ମନ ମଧ୍ୟରେ 

ଫୁଟିବ ରଜନୀଗନ୍ଧା


ତୋହରି ଦାସ ମୁଁ ମିଶ୍ର ହୃଷିକେଶ

ତୋ ସେବାରେ ମୋର ମନ,

ତୋର ଶ୍ରୀ ଚରଣ ମୋର କୁଞ୍ଜବନ

ରହିଥିବି ରାତିଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract