STORYMIRROR

MISHRA HRUSIKESH

Abstract

2  

MISHRA HRUSIKESH

Abstract

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
208

ଚନ୍ଦ୍ରମୁଖୀ, ଚନ୍ଦ୍ରଚୁଡାରେ ଯାହାର

ଚନ୍ଦ୍ରମା ଶୋଭା ପାଉଛି,

ତା ପାଦେ ଶରଣ ପଶିଲେ ନିଶ୍ଚୟ

ମଙ୍ଗଳ ହେବ ଭାବୁଛି


ସ୍ମଶାନରେ ରହି ସର୍ପ ସ୍କନ୍ଧେ ବୋହି

ଭସ୍ମକୁ ଲେପିଣ ଦେହେ,

ଦମ୍ବୁରୁ ବଜାଇ ନୃତ୍ୟ କରନ୍ତି ସେ

ମନେ ଭାବି ମନ ମୋହେ


ତ୍ରିବ୍ରହ୍ମାଣ୍ଡ ପତି ପ୍ରଭୁ ଜନ୍ତୁପତି

ଚରଣେ ଶରଣ ଗଲି,

ମାରିବା ତାରିବା ସବୁ ତାଙ୍କ ଦୟା

ମନେ ମୁ ସ୍ମରଣ କଲି


ଆଦ୍ୟ ଦେବ ତାତ ସଭିଙ୍କ ପୂଜିତ

କୈଳାଶ ବାସୀ ଶଙ୍କର,

ପାର୍ବତୀ ପ୍ରିୟ ହେ ମହେଶ୍ୱର ତୁମ୍ଭେ

ସଭିଙ୍କ କଲ୍ୟାଣ କର


ଭକ୍ତି ଭାବ ବହି ପୁଜିଲେ ଗୋସାଇଁ

ଆପେ ଯାଚି ଦିଅ ବର,

କେତେ ଦିନ ଆଉ ଦୁଃଖ ଦେବ ପ୍ରଭୁ

ନାହିଁ କି ଭକତି ମୋର


ଆଖି ଲୁହ ପିଇ ଛାତି କୋହ ସହି

କଟିଯାଏ ଦିନ ମୋର,

ସହିପାରୁ ନାହିଁ ପରୀକ୍ଷା ତୁମର

ବୁଡ଼ିବ କି ମୋର ସଂସାର


ଜାଣିନାହିଁ ମନ୍ତ୍ର ଅବା କେଉଁ ତନ୍ତ୍ର

ଲାଗିଲାଣି ମୋତେ ଭୟ,

ତୁମ ଦୟା ପ୍ରଭୁ ପାଇବା ପାଇଁ ମୁଁ

ଭଜୁଛି ନମଃ ଶିବାୟ

ଭଜୁଛି ନମଃ ଶିବାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract