STORYMIRROR

MISHRA HRUSIKESH

Abstract

2  

MISHRA HRUSIKESH

Abstract

ପତିତପାବନ

ପତିତପାବନ

1 min
350

ମାଟି ଦେହ ଦିନେ ମାଟିରେ ମିଶିବ

ପଞ୍ଚ ଭୂତେ ହେବ ଲୀନ,

ଶୂନ୍ୟ ହସ୍ତେ ଆସି ଶୂନ୍ୟ ହୋଇ ଶେଷେ

ସଭିଏଁ ହେବେ ବିଲୀନ


ବିକଟାଳ ସୁର ସ୍ମଶାନୁ ସୁଭିବ 

କନ୍ଦାକଟା ଯିବ ପଡି,

ଶେଷ ସମୟରେ ଯମଦୂତ ଯେବେ

ଆସୁଥିବେ ସବୁ ମାଡି


ଦେହରେ ନଥିବ ବଳ ବୀର୍ଯ୍ୟ ଆଉ

ମନରେ ନଥିବ ଲୋଭ,

ଆତ୍ମା କହୁଥିବ ସମୟ ସରିଲା

ଉଦ୍ଧାର ହେ ରାଧାଧବ


ପୁତ୍ର ପରିଜନ ଖୋଜି ଆଣିଦେବେ

ଛଖଣ୍ଡି ବାଉଁଶ ଯେବେ,

ତୁମକୁ ଛାଡିଲେ ଆହେ ମହାପ୍ରଭୁ

କିଏ ମୋର ସାହା ହେବେ


ଜୀବନ ଜଞ୍ଜାଳେ ସମୟ ସରିଲା 

ପାପ ପଙ୍କେ ଗଲି ବୁଡ଼ି,

ପୁଣ୍ୟ ଟିକେ ପାଇଁ କେତେ ପାପ କଲି

ଭାବି ମୁଁ ଛାଡ଼ୁଛି ରଡି


ଦୟାମୟ ତୁମେ ଦୟାର ସାଗର

ଦୟା ମନୋଭାବ ବହି,

ଉଦ୍ଧାର କରହେ ଉଦ୍ଧତାମି ହରୀ

ଆଉ କେହି ମୋର ନାହିଁ


ପତିତପାବନ ନାମ ତୁମ ପ୍ରଭୁ

ଯୁଗେ ଯୁଗେ ଥିବ ରହି,

ମୋ ଭଳି ପତିତ ଯେବେ ଉଦ୍ଧରିବ

ତୁମ୍ଭରି କୁରୁପା ବହି


କରିବ ଆଶିଷ ଆହେ ହୃଷୀକେଶ

ଦୁଃଖ ଶୁଣି ବାରେ ମୋର,

ଭଣଇ ମୁଁ ଦାସ ମିଶ୍ର ହୃଷିକେଶ

ନ କରିବ ସାତପର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract