STORYMIRROR

MISHRA HRUSIKESH

Abstract

3  

MISHRA HRUSIKESH

Abstract

ସାବିତ୍ରୀ ଓଷା

ସାବିତ୍ରୀ ଓଷା

1 min
11.3K


ସବୁ ଅପେକ୍ଷାର ଯବନିକା ଟାଣି

ଏ ବର୍ଷ ସାବିତ୍ରୀ ଆସୁଛି,

ଭାର ବୁହା ଆଉ ଫଳ ମୂଳ କିଣା

ଵଜାରେ ଜୋଅର ଧରିଛି।


ଶଧବା ଘରଣୀ ଅଭିମାନେ ପୁଣି

ସ୍ୱାମୀ ପାଖେ ଅଳି କରୁଛି

ଗୋଟେ ପରେ ଗୋଟେ ଶାଢ଼ୀକୁ ପିନ୍ଧି ସେ 

ଆଇନା ପାଖ କି ଛାଡ଼ୁଛି।


ପତିଦେଵ ହେବେ ଦୀର୍ଘାୟୁ ବୋଲି ସେ

ବ୍ରତ ଉପବାସେ ରହିବ

ଛାଡି ରାଗ ରୁଷା ମାନ ଅଭିମାନ 

ଆୟୁଷ କାମନା କରିବ।


ବରଷକେ ପରେ ଓଷା ଆସିଅଛି

ଆନନ୍ଦେ ସହର ଫାଟୁଛି

ଦୋକାନ ବଜାରେ କେତେ ରକମର

ପାଚିଲା ଫଳ ତ ମିଳୁଛି।


ସାମାଜିକ ଦୂରତା ଭିତରେ ରହି କି 

କିଣା କିଣି ସବୁ ଚାଲିଛି

ମହାମାରୀ ସହ ବଂଚିବା କେମିତି

ସେ କଥା ସମାଜ ଶିଖୁଛି।


ହାତରେ ଧରିଛି ସାନିଟାଇଜର

ମୁହଁରେ ମାସ୍କ ପିନ୍ଧିଛି

ଦୋକାନ ବଜାରେ ଗହଳିଆ ହେଲେ

ଦି ଗଜ ଦୂରତା ରହିଛି।


ମନୋବଞ୍ଚା ତୁମ ପୁରଣ ହେଉ ଗୋ

ଏହି ପ୍ରାର୍ଥନା ମୁଁ କରୁଛି

ସଫଳ ହୋଇବ ତୁମରି ବରତ

ସଖି ଗୋ ଆଶିଷ ଦେଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract