STORYMIRROR

MISHRA HRUSIKESH

Tragedy

4  

MISHRA HRUSIKESH

Tragedy

ବାପା

ବାପା

1 min
399


ମୁଁ ହାରିଯାଇଥିବା ମଣିଷ ଟିଏ

କିଏ ମୋ ବୁଝିବ ଦୁଃଖ,

କବିତା ନୁହଁ ଏ ମୋ ଜୀବନ କଥା

ଟିକିଏ ପଛକୁ ଦେଖ।

ସମସ୍ତଙ୍କ ପରି ଥିଲା ମୋର କେତେ 

ଆଶା ଅସୁମାରି ଯାହା,

କୋଉଠି ହଜିଲା ସମୟ ଜାଲରେ

ଖୋଜି ମୁଁ ପାଉନି ତାହା।

ଦିନ କଟୁଛି ମୋ କାନ୍ଦି କାନ୍ଦି ବାପା

ନ ପାରଇ ତାକୁ କହି,

ହୃଦୟ କାନ୍ଦୁଛି ସଂଜ ଓ ସକାଳେ

କେମିତି ଜୀବନ ଏହି।

କେଉଁ ଜନମର ଦୁଃଖ ଭୋଗୁଛି ମୁ 

କେଉଁ କର୍ମର ଏହା ଫଳ,

ସତେ ଲାଗୁଅଛି ସରି ଯାଉଛି ମୋ

ବାକି ଜୀବନର କାଳ।

ଅବୁଝା କନିଆଁ ବୁଝୁ ନାହିଁ ଜମା

ସଂସାର ନିୟମ ମାନ

ଅତୀତ କୁ ଧରି ଭବିଷ୍ୟତ ଭୁଲି

ନୀତି କରେ ଅଭିମାନ।

କେତେ ଧିକାରୁଛି ନିଜକୁ ଓ ମୋତେ

ଅଭିଯୋଗ ଥାଳି ଧରି

ତାହାରି ଜୀବନ ନଷ୍ଟ କଲି ବୋଲି

ଅଭିଶାପ ଦିଏ ଭାରି।

କ୍ଷମା ଦେବ ବାପା ନ ଦେଇ ପାରିଲି

ଖୁସି ଟିକେ ଦିନେ ତାକୁ,

ଆଉ ଇଛା ନାହିଁ ବଂଚିବାକୁ ଆଉ

ଅପବାଦ ଶୁଣିବାକୁ।

ନିଜ ର ଭାବି ମୁଁ ଲେଖିଦେଲି ଯାହା

ମନ କଥା ସବୁ ମୋର

ରାଣ ମୋ ରହିଲା କହିବନି ଏହା

ନୋହିଲେ ଭାବିବି ପର।

କବିତା ନୁହଁ ଏ ଜୀବନ କଥା ମୋ

ମୋତେ ନ ଦିଶଇ ଭଲ,

କାହିଁ ବିବାହ କଲି ବୋଲି ଭାବି

ହେଉଛି ମୁଁ କଲ ବଲ।

ହେଉଛି ମୁଁ କଲ ବଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy