STORYMIRROR

MISHRA HRUSIKESH

Others

3  

MISHRA HRUSIKESH

Others

ମୋ ଗଧୁ

ମୋ ଗଧୁ

1 min
215


ହାତ ଧରି ତୋର ଘରକୁ ଆଣିଲି

ସପନ ହଜାରେ ନେଇ,

କୋଉଠି ହଜିଲା ସେ ସପନ ସବୁ

ଖୋଜିଲେ ମୁ ପାଉନାହିଁ।


ଭାବିଥିଲି ମନେ ସୁରୁଖୁରୁ ହୋଇ

ଚାଲିବ ସଂସାର ମୋର,

କୋଉ ବାଡ଼ି ପୋଡା ଦୃଷ୍ଟି ପକାଇଲା

ହେଲା ସବୁ ଛାରଖାର।


ପ୍ରତି ମୁହୂର୍ତ୍ତ ରେ ଅଶାନ୍ତି ଭିତରେ

କଟିତ ଯାଉଛି ଦିନ,

କେବେ ଫେରିବ ସେ ହସିଲା ଦିନ ଲୋ

ଲାଗଇ ସାତ ସପନ।


ତଥାପି କହିବି ଧର୍ଯ୍ୟ ହାରିବୁନି

କାଲି ଦେଖିନାହିଁ କେହି,

କୋଉ ଜନମର କି ଫଳ କେଜାଣି

ଭୋଗୁଛେ ଲୋ ଆମେ ଦୁଇ।


ସବୁ ବେଳେ ଗଧୁ ରାତି ରହିବନି

ସକାଳ ନିଶ୍ଚୟ ହେବ,

ପୁଣି ଥରେ ଆମ ଛୋଟିଆ ସଂସାର

ଖିଲି ଖିଲି ହସୁଥିବ।


ଅଧୈର୍ଯ୍ୟ ନ ହୋଇ କାନ୍ଦିବୁନି ତୁହି

ମୋ ରାଣ ରହିଲା ତୋତେ,

ମୋ କଥା ନ ମାନି କନ୍ଦାକଟା କଲେ

ଆଉ ନ ଦେଖିବୁ ମୋତେ।


ବିଧିର ବିଧାନ କେ କରିବ ଆନ

କିଆଁ ଲୋ ବୁଝୁନୁ ତୁହି,

ତୋତେ ଛାଡିଦେଲେ ଏ ସଂସାରେ ମୋର

ଗାର୍ଲଫ୍ରେଣ୍ଡ କେହି ନାହିଁ।

ଗାର୍ଲଫ୍ରେଣ୍ଡ କେହି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍