STORYMIRROR

MISHRA HRUSIKESH

Others

4  

MISHRA HRUSIKESH

Others

କବିତା - ଅତୀତ-ସଂଘର୍ଷ-କର୍ମ

କବିତା - ଅତୀତ-ସଂଘର୍ଷ-କର୍ମ

1 min
523

କବିତା - ଅତୀତ-ସଂଘର୍ଷ-କର୍ମ

ରଚନା - ମିଶ୍ର ହୃଷୀକେଶ

9556756756


କେତେଦିନୁ ମନ ଦେଖୁଛି ସପନ 

ଗୋଟିଏ କବିତା ପାଇଁ,

କବିତା ନ ଆସେ କଲମେ ମୋହର

ଭାଗ୍ୟରେ ସତେ ତା ନାହିଁ।


ମନେ କରି ପଣ କଲମ ଧରିଣ

ତରୁ ମୂଳେ ଆଜି ବସି,

କବିତା ଲେଖିବା ପାଇଁ ସଜବାଜ

ହେଉଛି ମୁଁ ପରବାସୀ ।


ଅକ୍ଷର ସହ ମୁଁ ଅକ୍ଷର ମିଶାଇ

ପଦଟିଏ ଯେବେ ଗଢ଼େ,

କେଜାଣି କାହିଁକି ହଜିଲା ସ୍ମୃତି ଯେ

ଗୋଟି ଗୋଟି ମନେ ପଡେ ।


ମନେ ପଡ଼ିଯାଏ ପିଲାବେଳ ମୋର

ଚାଟଶାଳୀର ସେ କଥା,

ପଣିକିଆ ଘୋଷା ସାଥେ ଅଙ୍କ କଷା

ଅଜାଙ୍କ ଠୁଣାର ବ୍ୟଥା।


ମନେ ପଡେ ପୁଣି ସାଙ୍ଗ ସାଥି ମେଳ

ଗାଆଁ ମୁଣ୍ଡ ତୋଟାମାଳ,

ଇସ୍କୁଲୁ କଥା ବି ମନେ ପଡେ ମୋର

ଟିଫିନି ଖାଇବା ବେଳ।


ଗାଆଁ ପୋଖରୀ ର କାଚକେନ୍ଦୁ ପାଣି

ନଇ ପଠା ସଂଜ ବେଳ,

ମନେ ପଡେ ପୁଣି ଗୋଧୂଳି ବେଳର

ସାଙ୍ଗ ସାଥୀଙ୍କର ମେଳ।


ମନେ ନାଚେ ପୁଣି ସୁନ୍ଦରୀ ତରୁଣୀ

କଲେଜ ବେଳର କଥା,

କେଡେ ଅଲାଜୁକ ଥିଲି ସତେ ମୁଁ ଯେ

ଭାବିଲେ ନୁଅଇଁ ମଥା।


ଜୀବନେ ସଂଘର୍ଷ ମନେ ପଡେ ଯେବେ

ଆଖିରୁ ଝରଇ ନୀର,

ହଜିଲା ଦିନର ସେ କାହାଣୀ ସବୁ

ଲାଗେ ଆଜି ଆପଣାର।


ଆଉ କି ଫେରିବ ମୋର ପିଲାବେଳ

ଫେରିବ କି ଯଉବନ,

ଅସ୍ତ ଗଲେ ଦିବା -କର ଯେଉଁଭଳି

ଆଉ ନ ଫେରଇ ଦିନ।


କାହିଁ ଦେଖୁ ନିତି ସପନ ଏ ମନ

ଅବୋଧ ଅବୁଝା ହୋଇ,

ନିଜ ପାଇଁ ନିଜେ ସଂଘର୍ଷ କରିବା

ନୁହେଁ କେହି କାହା ପାଇଁ।


ଫଳ ଆଶା ମନେ ପୋଷଣ ନକରି

କର୍ମ କରିଚାଲ ତୁହି,

ଭାଗ୍ୟେ ଥିଲେ ଫଳ ନିଶ୍ଚିତ ମିଳିବ

ଏଥିରେ ଦ୍ବିମତ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍