ଘର ହିଁ ମନ୍ଦିର
ଘର ହିଁ ମନ୍ଦିର
କ୍ରୋଧ ଆଉ ରାଗ ଶରୀରରେ ରଖି ଯିଏ ଗଢ଼େ ପରିବାର, ମନ୍ଦିରର ପରି ଶାନ୍ତି ଆସିବନି ନର୍କ ପରି ଲାଗେ ଘର, ମନ କହେ ସବୁ ପର, ସେଇଥି ପାଇଁ କି ଆସିଲା କୋରୋନା ଗଢ଼ିବାକୁ ପରିବାର ।୧। ସ୍ୱାମୀ ପିତା ମାତା ସମ୍ପର୍କ ଛିଡେଇ ବନ୍ଧୁଙ୍କୁ କହିଲେ ବଡ଼, ଦୂରଭାଷା ଲାଗି ଦୂରରୁ ସୁନ୍ଦର ପାଖେ ଥିଲେ ଗଡ଼ ବଡ଼, ସମ୍ପର୍କ ହିଁ ଗଡ଼ ଗଡ଼, ଦୂରତା ରଖିଥ ପ୍ରତି ପ୍ରାଣୀ ଠାରେ ଚିହ୍ନିବାକୁ ପରିବାର ।୨। ଘର ଅଟେ ଶ୍ରେଷ୍ଟ ଘର ହିଁ ମନ୍ଦିର ଶାନ୍ତି ଦିଏ ସଦା ଘର, ରକ୍ତର ସମ୍ପର୍କ ସଦା ଅଟେ ଶ୍ରେଷ୍ଠ ସେଥିପାଇଁ ପରିବାର, ପସିଛି କୋ ରୋ ନା ଡର, ସୁସ୍ଥ ରହିବାକୁ ଘରେ ଥିବ ବନ୍ଧୁ ଘରୁ ନ ହୁଅ ବାହାର ।3।