ଘୋଷଯାତ୍ରାରେ କଳାଠାକୁର
ଘୋଷଯାତ୍ରାରେ କଳାଠାକୁର
ହେ ଭକତବନ୍ଧୁ ,
ହେ ବନମାଳୀ ,
ହେ ଜଗତ କରତା ,
ତୁମ ମୋହ ମାୟା ସଂସାରେ ଉବୁଟୁବୁ ,
ସବୁ ମଣିଷର ଆଜି ଏହାହିଁ ସତ୍ୟତା ।
ଦୂର କର ବଡଦାଣ୍ଡେ ଆସି ଭକ୍ତଜନର ଅଜ୍ଞାନତା ।
ତୁମେ ହିଁ ସତ୍ୟ ।
ଧନ , ଜନ ପ୍ରତ୍ତିପତ୍ତି ଜଗତେ ମିଥ୍ୟା।
ନବଯୌବନ ଦର୍ଶନେ କାଲି
ଧୋଇ ଦେଲ ମନ ଓ ନେତ୍ର ।
ନନ୍ଦିଘୋଷେ ଦେଖି ଚକାଆଖି,
ଆତ୍ମା ହୋଇଯାଉ ପବିତ୍ର।
ଡାକି ପାରିଲେ ତ ଭକତ କିନ୍ତୁ
ବିଦ୍ୟମାନ ତୁମେ ସର୍ବତ୍ର।
ଭକତ ପାଇଁ ସତେ କି, ଏ ମହା ରଥଯାତ୍ରା ,
ଚାହିଁଲେ ଥରେ ତୁମକୁ ବଢେ ଆବିଳତା ମାତ୍ରା।
ବିକଳ ଦେଖି ନପାରି ନେଇଗଲ ଶ୍ରୀ ଫଳ
ଦାସିଆ ବାଉରି ହାତରୁ ,
ରହି ପାରିଲନି ରଥରେ ଶୁଣି ଗୁହାରି
ଭକ୍ତ ସାଲବେଗଙ୍କ ମୁଖରୁ ।
କରିଦେବ ନା' ପାରି ମୋତେ
ଏ ମୋହମାୟା ଭବ-ସାଗରୁ ,
ଜାଣେନା ଭଜନ ,ଜାଣେନା ଭକତି
ଜାଣିଛି ତୁମ ନାମ ମାତ୍ରେ ଅଛି ଯେ ଶକତି ।
ପାଇବା ପାଇଁ ସଂସାର ଜଞ୍ଜାଳ ପାପରୁ ମୁକତି ।
ହେ ଦୀନବନ୍ଧୁ,
ମୋହରେ ବାନ୍ଧି ,
ଡାକୁଛ ଖଣ୍ତିଆ ହାତକୁ ଟେକି ,
ମାୟାରେ ହୁଏ ଧନ୍ଦି,
ନିରାଧାରେ ତୁମକୁ ପାରେନା ଡାକି।
କି ଲୀଳା ରଚିଛ ହେ , ବାସୁଦେବ
ଜଞ୍ଜାଳ ମୋହ ସରେନା କେବେ ,
ହଜିବି କେମିତି ତୁମରି ଭକତି-
ସାଗରେ ମନେ ମୁଁ ଭାବେ ।
ଯୋଡହସ୍ତେ ଡାକୁଛି ଏଇଠି
ଲୀଳାମୟ ହେ' ଆଜି ,
ମୁକ୍ତିର ପଥ କିଛି ଦେଖାଅ ମୋତେ
ନନ୍ଦିଘୋଷେ ତୁମ ବିରାଜି ।