Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Classics Others

4.5  

Debjani Sathua

Classics Others

ଯୁଗାନ୍ତ ପୁରୁଷ ଶ୍ରୀ ରାମ

ଯୁଗାନ୍ତ ପୁରୁଷ ଶ୍ରୀ ରାମ

1 min
156


ଅଗଣିତ ସଂଘର୍ଷର ମୂକସାକ୍ଷୀ ଏଇ ଭାରତ ବର୍ଷ ।

ଶତାଧିକ ବର୍ଷ ତପସ୍ୟାର ପରିଣାମ ଆଜିର ହର୍ଷ।


ଶାନ୍ତିପୂର୍ଣ୍ଣ ଭୂମି ଦଳି ଆତତାୟୀ ମୋଗଲ ଶାସକ  ,

ମଞ୍ଜି ବୁଣି ଅନୀତି ଅରାଜକତା , ସାଜିଥିଲା ଘାତକ ।


ଅଦ୍ଭୁତ ସୁନ୍ଦର ସଂସ୍କୃତି ସନାତନର ଧ୍ୱଂସଲୀଳା ରଚି,

ଆରାଧ୍ୟ ଦେବାଦେବୀ ମନ୍ଦିରସବୁ ଥିଲା ଦଳି ଚକଟି ।


ହିଂସ୍ର କ୍ରୁର ମୋଗଲର କଷଣକୁ ସହି ଲଢିଲଢି ସନାତନି ,

ଭୁଲିନାହିଁ ,ଭୁଲିବନି ମହାନ ସଂସ୍କୃତି ଓ ଐତିହ ଜୀବନୀ।


ଶତେକ ବର୍ଷର ସହିଷ୍ଣୁତା ଓ ବଳିଦାନର ଇଏ ବଳିଷ୍ଠ ପ୍ରମାଣ ,

ଯୁଗାନ୍ତକାରୀ ସ୍ପଷ୍ଟ ସୁନ୍ଦର ଇତିହାସ ରଚନାର ପ୍ରକୃତ କାରଣ।


ଶତ କୋଟି ଧନ୍ୟବାଦ ଶ୍ରମଜିବୀ କୌଶଳୀ କାରିଗରୀ ,

ଲେଖିଗଲେ ଗାଥା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ନଗରୀ।


କରି ନିର୍ମାଣ ସୁନ୍ଦର ଭବ୍ୟ ରାମମନ୍ଦିର ଯୁଗାନ୍ତ କାଳକୁ ,

ଫେରାଇଆଣି ରାମଲାଲାଙ୍କୁ ଜନମଭୂମି ମା' କୋଳକୁ।


ସୁସଜ୍ଜିତ ଅଯୋଧ୍ୟା ନଗରୀ ପୁଷ୍ପ ସ୍ୱର୍ଣ୍ଣ ମହଣ ମହଣ ,

ସ୍ଥାପି ଏ ମାଟିର ଗୌରବ ବୈଭବ ରାମଲାଲାଙ୍କ ପ୍ରାଣ ।


ସହସ୍ରାଧିକ ସାଧୁସନ୍ଥ ସମାଗମେ ଉତ୍ସାହିତ ଅଯୋଧ୍ୟା ମାଟି,  

 ଅଭିଭୁତ ଭକ୍ତଜନ ଦରଶନେ ଶ୍ରୀରାମ ଜୀବନ୍ତ ଚକ୍ଷୁ ଦିଓଟି।


ରଚିବ ଇତିହାସ ସ୍ୱର୍ଣ୍ଣାକ୍ଷରେ ଏ ପବିତ୍ର ମୁହୁର୍ତ୍ତର କାହାଣୀ। 

ରହିବ ଯୁଗାନ୍ତ ପର୍ଯ୍ୟନ୍ତ  ସନାତନି ପ୍ରସ୍ଥର କାରିଗରଙ୍କ ଋଣୀ ।


ସତ୍ୟ-ସାସ୍ୱତ ଅନନ୍ୟ-ସୁନ୍ଦର ଗୀତା ଗ୍ରନ୍ଥର ଅମୂଲ୍ୟ ବାଣୀ,

ଭୁଲିବନି ଭୁଲାଇବନି ମହାନ୍ ସଂସ୍କୃତିକୁ ହିନ୍ଦୁ ଭାଇଭଉଣୀ।



Rate this content
Log in

Similar oriya poem from Classics