Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Classics Inspirational Others

4.4  

Debjani Sathua

Classics Inspirational Others

ନୂତନ ବର୍ଷ ଆଗମନେ

ନୂତନ ବର୍ଷ ଆଗମନେ

1 min
417


ଆଖି ମଳୁମଳୁ ବହିଗଲା ତେଇଷିର ଶୀତୁଆ ବାଆ ,

ସଂସାର ଗୋଟାକ ଡାକୁଛି ଚବିଶିକୁ ସଅଳ ଆରେ..ଆ ।


ସମୟ ଚକଟା ସତେ କେମିତି ଯାଉଛି ଗଡି !

ବନ୍ଧୁଏ ,ବୟସ ବି ଆମ ସଧିରେ ଯାଉଛି ବଢି।


ନିଆରା ଢଙ୍ଗେ ଗଢିବା ଆଗାମୀ ଆମ ଜୀବନ ଧାରା ,

ହସରଙ୍ଗ ନିତି ବୋଳୁଥିବା ସଂଘର ନେଳି କାନ୍ଥ ସାରା ।


ମିତ ମିତଣୀ ଗହଣେ ସିନା ଉନ୍ମାଦନା ଢେଉ ସେ ଚଳେ,

ପାଥେୟ ସେଇ ଆନ୍ତରିକ ଖୁସି ବାକିଆ ଜୀବନ କାଳେ।


ରଖିବା ଆଜିଠୁ ଆସ ସଞ୍ଚାରି କିଛି ଆନନ୍ଦ ମନର ବଳ ,

ସଂସାର ଯାକର ଭୋଗ ବିଳାସ ଏଇ ଟିକିଏ ହସର ତଳ ।


ଚାଲିଛି ଚାଲୁଥିବ ସଦା ଆମ ସଂସାର ଜଞ୍ଜାଳ କଳ ,

ହଜୁଛି ହଜାଇବ ମନ,ସାଙ୍ଗମେଳେ ଥଟ୍ଟାମଜାର ବଳ।


କରିବା ଚବିଶରେ ନୂଆ ଏକ ପଣ ଆମେ ବନ୍ଧୁଏ ମିଶି ,

ବନ୍ଧୁ ମେଳି ଡାକରାକୁ ଜମା କରିବାନି ବାହାନା ବେଶି ।


ଏବେଠୁ ସାଉଁଟି ରଖିଥିଲେ ସିନା ଉଲ୍ଲାସ ଛବିର ବଣ,

ଭବିଷ୍ୟ ଉଦାସୀ ବେଳାରେ କରିବା ପୁରୁଣା ସ୍ମୃତି ଚାରଣ।


ସଶ୍ରଦ୍ଧେ ବିଦାୟ ମିଠା ସ୍ମୃତିର ବର୍ଷ ଦୁଇ ହଜାର ତେଇଶି ,

ଆସିଲାଣି ଖଟାମିଠା ବ୍ୟଙ୍ଗର ସମ୍ଭାର ନେଇ,ଭାଇ ଚବିଶି।


ସଙ୍ଗାତ ସଙ୍ଗୀନୀ ମାନେ କିଛି ଆଉ କହିବିନି ବେଶି ,

ମଝିରେ ମଝିରେ ବାର୍ତ୍ତାଳାପ କରୁଥିବ ହସି ଖୁସି ।


Rate this content
Log in

Similar oriya poem from Classics