ଘନ ଅନ୍ଧକାର
ଘନ ଅନ୍ଧକାର
ଅସୁମାରୀ କୋହରେ ଛାତିର ଅଥୟପଣ
ପୁଣି ଲୁହ ଜର୍ଜର ଆଖିର ଅବ୍ୟକ୍ତ ଉଚ୍ଚାରଣ,
ଯେତେ ଦୂରେଇ ବାକୁ ଯାଇ ଜାଳିଲି ନିଜକୁ
ଆଲୋକ ପରିବର୍ତ୍ତେ ବଢିଲା ଅନ୍ଧାର ହିଁ ଜାଣ ,
ତମର ଅଭିମାନ ଓ ଦୀର୍ଘଶ୍ଵାସ ରେ ଲାଗେ
କେବେ ହୁଏତ ଭାଙ୍ଗି ପଡ଼ିବ ଏ ଭାବର ଆକାଶ
ମୁଁ ଥକ୍କି ପଡ଼ିଥିବି ବୋଧହୁଏ ସେତେବେଳକୁ
ଯେତେବେଳେ ଆସୁଥିବେ ସାଥୀହୋଇ ଝଡ ବତାଶ ,
ଜାଣିଛି ଘନଅନ୍ଧାକାରେ ଦିନେ ଭରିଯିବ ଏ ଜୀବନ
ନିଆଁରେ ପୋଡ଼ି ଯାଇଥିବ ସଂପର୍କ ଆଉ ବନ୍ଧନ ,
ଅବିଶ୍ୱସ୍ତ ବାରୁଦ ଗଦାରେ ଲୁଚାଇଛି ଦିଆସିଲି
କେମିତି ଦୂରେଇ ଦେଇ ହେବ ଅଗ୍ନିର ଆଲିଙ୍ଗନ ,
ଦେଖିଛି ପକ୍ଷୀ ଦମ୍ପତି ଉଡି ବୁଲିବା ଉଚ୍ଚ ଆକାଶେ
ଯୋଜନା ଯୋଜନା କୋଶ ଅଭୟ ମୁଦ୍ରାରେ
ହେଲେ ଜାଣେନା ସେମାନେ ଉଡ଼ି ପାରିବେ କି ନା
ପିଠିରେ ଲଦି ଉଜ୍ଜ୍ୱଳ ଭବିଷ୍ୟତ ରାତ୍ରିର ଅନ୍ଧକାରେ ,
ହୃଦୟ ଦେଖି ପାରେନା ଅନ୍ଧାରେ, ଛାତିତଳ ଦାଗ
ପାଦ ଥାପୁ ଥାପୁ ଉଡିଯାଏ ସବୁତକ ସୁହାଗ ,
ସବୁବେଳେ କଳ୍ପନା କୁ ବାରି ପାରେନା ସ୍ପନ୍ଦନ
କେବେକେବେ ସଜଫୁଲରେ ବି ନଥାଏ ପ୍ରୀତିର ପରାଗ ।

