ଘିଅ ପଖାଳ
ଘିଅ ପଖାଳ
ମୋ ଶାଗ ପଖାଳ ତୋ ଘିଅ ପଖାଳ
କେତେ ସୁଆଦିଆ ଆହା
ଓଡ଼ିଆ ଘରର ଆଶା ଭରସାର
ଖରାତାତି ବେଳେ ସାହା।।
ପଖାଳ ପାଣିର ଟଙ୍କତୋରାଣିରୁ
ପେଟେ ପିଇ ଦେଲେ ଶାନ୍ତି
ବିଶ୍ୱାସ ନିଶ୍ୱାସ ଘର ଧରିଯାଏ
ଭୂଲିଯାଏ ଖରା ତାତି।।
ଗ୍ରୀଷମର ଖରାରେ ହଂସା ଉଡିଯାଏ
ଉଦର ଆଦର ଲୋଡେ
ମୁଠାଏ ପଖାଳ ବଲ୍ଲଭ ଦହିରେ
ଅମୃତକୁ ମୁହଁ ମୋଡେ।।
ଭାବର ଠାକୁର ଅଭାବୀର ଘର
ପୁରିଯାଏ ପଖାଳରେ
ବଡ଼ଲୋକି ଢାଞ୍ଚା କାଢ଼ି ପାରେନାହିଁ
ପଖାଳ ପାଖରେ ହାରେ।।
ତପତ ସମୟ ବଡ଼ ଅସହାୟ
ଜଗନ୍ନାଥ ଭୋଗ ଖାଏ
ଘିଅ ପଖାଳରେ ଶାଗଭଜା ବଢି
ମହ ମହ ବାସୁଥାଏ ।।
