STORYMIRROR

Puspanjali Panda

Classics

3  

Puspanjali Panda

Classics

ଘିଅ ପଖାଳ

ଘିଅ ପଖାଳ

1 min
151

ମୋ ଶାଗ ପଖାଳ ତୋ ଘିଅ ପଖାଳ

କେତେ ସୁଆଦିଆ ଆହା

ଓଡ଼ିଆ ଘରର ଆଶା ଭରସାର

ଖରାତାତି ବେଳେ ସାହା।।

ପଖାଳ ପାଣିର ଟଙ୍କତୋରାଣିରୁ

ପେଟେ ପିଇ ଦେଲେ ଶାନ୍ତି

ବିଶ୍ୱାସ ନିଶ୍ୱାସ ଘର ଧରିଯାଏ

ଭୂଲିଯାଏ ଖରା ତାତି।।

ଗ୍ରୀଷମର ଖରାରେ ହଂସା ଉଡିଯାଏ

ଉଦର ଆଦର ଲୋଡେ

ମୁଠାଏ ପଖାଳ ବଲ୍ଲଭ ଦହିରେ

ଅମୃତକୁ ମୁହଁ ମୋଡେ।।

ଭାବର ଠାକୁର ଅଭାବୀର ଘର

ପୁରିଯାଏ ପଖାଳରେ

ବଡ଼ଲୋକି ଢାଞ୍ଚା କାଢ଼ି ପାରେନାହିଁ

ପଖାଳ ପାଖରେ ହାରେ।।

ତପତ ସମୟ ବଡ଼ ଅସହାୟ

ଜଗନ୍ନାଥ ଭୋଗ ଖାଏ

ଘିଅ ପଖାଳରେ ଶାଗଭଜା ବଢି

ମହ ମହ ବାସୁଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics