Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Others

4  

Rama chandra Pradhan

Abstract Others

ଗୌତମ ବୁଦ୍ଧ

ଗୌତମ ବୁଦ୍ଧ

1 min
452



ଚିନ୍ତା ଚେତନାରେ ଧର୍ମ ଦର୍ଶନରେ

ଯାହାଙ୍କ ଅନ୍ତର ଶୁଦ୍ଧ

ଜ୍ଞାନର ଆଲୋକେ ମୋକ୍ଷର ଝଲକେ

ସେ ପୂଜ୍ୟ ଗୌତମ ବୁଦ୍ଧ l

ଗୌତମ ବୁଦ୍ଧଙ୍କ ପରିନିର୍ବାଣରେ

ବୌଦ୍ଧଧର୍ମ ପ୍ରସାରିତ

ବୈଶାଖ ମାସର ପୂର୍ଣ୍ଣିମୀ ତିଥିରେ

ବୁଦ୍ଧ ଜୟନ୍ତୀ ପାଳିତ l

କେବେ ଭୀମଭୋଇ ଏ ବୁଦ୍ଧ ଜୟନ୍ତୀ

ନିର୍ବାଣର ସାରେଗାମା

କେବେ ସେ ବୈଶାଖ କେବେ ସେ ଚନ୍ଦନ

କେବେ ସେ ବୁଦ୍ଧ ପୂର୍ଣ୍ଣିମା l

ପିତା ଶୁଦ୍ଧୋଦନ ମାତା ମାୟାଦେବୀ

କୋଳକୁ କରି ମଣ୍ଡନ

କପିଳବାସ୍ତୁର ଲୁମ୍ବୁନି ଉଦ୍ୟାନେ

ବୁଦ୍ଧ ହୋଇଥିଲେ ଜନ୍ମ l

ବିମାତା ଗୌତମୀ ଲାଳନେ ପାଳନେ

ଜୀବନର ରଙ୍ଗ ମାଖି

ଗୋପା ନାମ୍ନୀ ଏକ ରାଜକନ୍ୟାକୁ ସେ

ବାଛିଲେ ଜୀବନ ସାଥି l

ପ୍ରାର୍ଥନା ସାଧନା ଧ୍ୟାନ ଉପାସନା

ବିଶ୍ୱାସର ବୀଜ ବୁଣି

କାମନା ବିନାଶେ ଦୁଃଖର ବିନାଶ

ଅଟେ ବୁଦ୍ଧ ମର୍ମବାଣୀ l

ଆତ୍ମା ଶୁଦ୍ଧି ପାଇଁ ବୁଦ୍ଧଙ୍କ ତ୍ରିରତ୍ନ

ମୁକ୍ତିର ମହା ନିର୍ବାଣ

ସଦାଚାରଶୀଳ ତାଙ୍କରି ଆଶିଷ

ଅଟଇ ବିଶ୍ୱକଲ୍ୟାଣ l


Rate this content
Log in