ଗାନ୍ଧୀ
ଗାନ୍ଧୀ
ହେ ଜାତିର ପିତା ମହାତ୍ମାଗାନ୍ଧୀ ମୋ
କରୁଅଛି ପ୍ରଣିପାତ
କେମିତି ଚାଲିଛି ତୁମର ଶାସନ
ଦେଖ ରହିଣ ସ୍ବର୍ଗେତ ।
ଅହିଂସା ନୀତିଟି ବଦଳି ଯାଇଛି
ହିଂସାରେ ତୋଳିଛି ଘର
ଭୟଙ୍କର ରୂପ ଧାରଣ କରିଛି
ଚାରି ଆଡେ ହାହାକାର ।
ରାଜନୀତି ଖେଳ ସାଜି ଅଛି କାଳ
ହେଇଛି ଅରଜକତା
ମନମୁଖୀ ଏଠି ଚାଲିଛି ଶାସନ
ଡରାନ୍ତି ଆମର ନେତା ।
ଗାନ୍ଧୀବାଦୀ ଏଠି ଲୋପ ପାଇଅଛି
ଏକଛତ୍ର ଚାଲି ଅଛି
ନୀରିହ ଜନତା ଦୁଃଖ କଷ୍ଟେ ପଡି
ଭାଗ୍ୟକୁ ତା ନିନ୍ଦୁ ଅଛି ।
ରାମ ରାଜ୍ୟ ତୁମ ଲୋପ ପାଇଗଲା
ଚାଲେ ଦୁର୍ନୀତି ଶାସନ
ଅନ୍ୟାୟ ଅସତ୍ୟ ଅଧର୍ମ ପଥରେ
କରନ୍ତି ସର୍ବେ ଗମନ ।
ନିଃସ୍ବାର୍ଥପରର ମାର୍ଗ ଛାଡି ଦେଇ
ସ୍ୱାର୍ଥରେ ସବୁ ଚାଲନ୍ତି
ପରୋପକାର ଭୁଲି ଯାଇ ସର୍ବେ
ଅପକର୍ମେ ମାତି ଥାନ୍ତି ।
କେହି ଏଠି ଆଜି ସୁରକ୍ଷିତ ନୁହେଁ
ଡରି ଡରି ବଞ୍ଚୁ ଛନ୍ତି
ଫିରିଙ୍ଗିଠୁ ବଳି ଅତି ଭୟାନକ
ଶାସନ ସିଏ କରନ୍ତି ।
ତେଲିଆ ମୁଣ୍ଡରେ ତେଲ ବୋଳା ଯାଏ
ନୁଖୁରା ବାଳ ଉଡୁଛି
ମୁହଁ ଯଦି ଥରେ ଖୋଲି ଦିଏ ସିଏ
ରାସ୍ତାରୁ ହଟା ଯାଉଛି ।
ବିଦ୍ୟାଳୟେ ପିଲା ପଢୁଛନ୍ତି ପାଠ
ବହି ପଢି ନ ପାରନ୍ତି
ହେଲେ ସରକାର ଶିକ୍ଷକମାନଙ୍କୁ
ଦରମା ଗଣି ଚାଲନ୍ତି ।
ନାରୀ ଅତ୍ୟାଚାର ବଢେ ଦିନୁ ଦିନ
ନାରୀ ଉଦ୍ଦତ ହେଉଛି
କେତେବେଳେ ନେତା କାହାକୁ ନେଇଣ
କେଉଁଠି ଥୋଇ ଦେଉଛି ।
ଲାଞ୍ଚ ଘୋର ଏଇ ଦୁନିଆରେ ଚାଲିଛି
ପକେଟ୍ ଗରମ ହୁଏ
ତୁମ ରାମ ରାଜ୍ୟ ଲହୁ ଲୁହାଣରେ
ଆସ ଦେଖିବ ଗାଧାଏ ।
କହନ୍ତି ପ୍ରକାରେ କରନ୍ତି ପ୍ରକାରେ
ଆମ ରାଜ ନେତା ଏଇ
ଭରସା ବିଶ୍ୱାସ ନ ଥାଏ ତାଙ୍କଠି
ଗରିବଙ୍କୁ ଯାନ୍ତି ଖାଇ ।
ଈର୍ଷା ପରାୟଣେ ଚାଲିଛି ଦୁନିଆ
ସମସ୍ତେ ବୋଲାନ୍ତି ରାଜା
ନେତେମାମାନେ ହାତ ଅଗରେ ନଚାନ୍ତି
ଦୁର୍ବଳ ଭୋଗନ୍ତି ସଜା ।
ଗାନ୍ଧୀବାଦି ଏଠି ଲୁଚି ସାରାଲାଣି
ଗଲାଣି ଆଦର୍ଶ ନୀତି
କୂଟ ଚକ୍ରାନ୍ତରେ ଭରପୁର ସବୁ
ଚାଲେ ବଢିଆ ଦୁର୍ନୀତି ।
ତୁମ ଖଦି ଆଣ୍ଠୁ ନ ଲୁଚିବା ଲୁଗା
ନାରୀ ପାଳନ କରନ୍ତି
ଖଦିରେ ତିଆରି ନ ହେଉ ପଛକେ
ଆଣ୍ଠୁ ଦେଖା ପିନ୍ଧୁ ଥାନ୍ତି ।
ଅକ୍ଟୋବର ଦୁଇ ତାରିଖରେ ତୁମେ
ଧରା ଧାମେ ଅବତରୀ
ସ୍ୱାଧୀନ କରିଲ ଆମ ଏ ଭାରତ
ଦେଲ ଓଠେ ହସ ଭରି ।
ସେଇ ହସ ଏବେ ଲୁହ ହେଇ ଝରେ
ସବୁରି ଆଖି କୋଣରୁ
ହେ ଜାତିର ପିତା ଆସ ଆଉ ଥରେ
ରକ୍ଷା କର ଏ କଷ୍ଟରୁ ।
ଅନ୍ୟାୟ ଅଧର୍ମ ଦେଖିବି ନାହିଁ ମୁଁ
ପ୍ରଥମ ମାଙ୍କଡ କହେ
ଖରାପ କଥା ମୁଁ ନ ଶୁଣିବି କର୍ଣ୍ଣେ
କହି କାନେ ହାତ ଦିଏ ।
ଖରାପ କଥା ମୁଁ ନ ଭାଷିବି ତୁଣ୍ଡେ
ତୃତୀୟ ମାଙ୍କଡ଼ କହେ
ତିନିଟି ମାଙ୍କଡ଼ ତିନି ଗୋଟି କଥା
କିଏ ଅବା ମାନୁ ଥାଏ ।
ତୁମ ତିନି ନିତି ବଦଳି ଗଲାଣି
ଚାଲନ୍ତି ସେ ବିପରୀତେ
ଆଉ ଥରେ ବାପୁ ଆସି ଗଢିଯାଏ
ରାମ ରାଜ୍ୟ ଏ ମରତେ ।।