Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଗାଇବା ପରିବର୍ତ୍ତନର ସଂଗୀତ

ଗାଇବା ପରିବର୍ତ୍ତନର ସଂଗୀତ

2 mins
280



ପ୍ରତିଶ୍ରୁତି, ପ୍ରତିଶ୍ରୁତି ଶୁଣି ଶୁଣି ଆମେ ବହୁ 

ନିର୍ବାଚନ ଦେଖିଲେ

କୁହ ହେ ଭଉଣୀ ଭାଇ, ଯେତେ ପାଇଛନ୍ତି

ଶାସକ, କେତେ ପୂରଣ କଲେ |୧|


ନିର୍ବାଚନ ସରିଲେ, ଭେଟ ହୋଇଛ କି ଗାଁ 

ଓ ଗାଁରେ ଶାସକ ଗୋଷ୍ଠୀକୁ

ଲାଠି ଗୁଳି ଖାଉନ କି, ଉଠାଇଲ ଯେବେ

ସମସ୍ୟା ସମାଧାନ ଦାବୀ ଗୁଡିକୁ |୨|


ସ୍ଵାର୍ଥ, ଲୋଭ, ଲାଳସାରେ ଆମେ ରହୁଛେ 

ନିଜ ସ୍ୱାର୍ଥ ପାଇଁ ଏଇ ଦେଶରେ

ପୁଂଜିପତି ସବୁ ବ୍ୟାଂକରୁ ପୁଂଜି ନେଇ ବୁଲନ୍ତି 

ଆନନ୍ଦେ ବାହାର ଦେଶରେ |୩|


ଅନୁଭୂତିରୁ, ଆମେ ସମୟକୁ ହଜାଇ ଚାଲିଲେ 

ସମାଧାନର ପଥ ନଖୋଜିବା ଯେବେ

ଗଣତନ୍ତ୍ରରେ ସଚେତନ ନହେଲେ ମୁଣ୍ଡେ ହାତ 

ଦେଇ କାନ୍ଦିଲେ ପାଇବାକି କିଛି କେବେ |୪|

    

ପୁଂଜବାଦରେ ନେତା ଶୋଷନ୍ତି ଜନତାର ରକତ,

ଏହା କିଛି ନୂଆ କଥା ନୂହେଁ

କେବେ କେବେ ଲାଗେ ମେଘୁଆ ମେଘୁଆ, କିଛି

ସମୟ ଆଖିପତାକୁ ଭିଜେଇ ଦିଏ |୫|


ଆମକୁ ତ କିଛି କିଛି ଅଇଁଠା ଫୋପାଡି ଫୋପାଡି

ସମସ୍ତଂକୁ ମାଗିଖିଆ କରିଛନ୍ତି

ଧରମ ଓ ଜାତି ନାମେ ଭେଦଭାବ ସୃଷ୍ଟି କରି ଆମ

ଏକତାକୁ ଭାଗ ଭାଗ କରିଛନ୍ତି |୬|


ଅଭାବ ରହିଛି, ରହିବ, ଯଦି ବ୍ୟସ୍ତ ବିବ୍ରତ ନହୋଇ

ଦୃଢ଼ ରହି ଏକାଠି ହୋଇ ଠିଆ ହୋଇବା

ସ୍ୱାଭିମାନ ଆମର ସଂସ୍କାର ସଂସ୍କୃତି ହେଉ, ଆମର

ସ୍ୱାର୍ଥ ପାଇଁ ଲଢ଼ିବା ନେତାଙ୍କୁ ଖୋଜିବା |୭|


ନେଡିଗୁଡ଼ କହୁଣିକୁ ବୋହିଗଲା ପରେ ଲୁଟିଖିଆ

ଶାସକ ହୋଇ, ଖଟିଖିଆକୁ ନିଶ୍ଚିତ ଲୁଟିବ

ମଦ ପିଇ ଲାଞ୍ଚ ଖାଇ ଜାତି ଧରମ ନାମେ ଭୋଅଟ 

ଦେଲେ ଶୋଷଣରୁ କି କେବେ ମୁକ୍ତି ପାଇବ |୮|


ଆମେର କୃଷକ, ଆମେରେ ଶ୍ରମିକ, ମାଆ ମାଟି 

ଆମ, ସଭିଙ୍କ ଶେଷ ଆଶ୍ରୟ ସ୍ଥଳ

ହୋଇ ପାରେ କେ ମହାଦ୍ରୁମ, ପରିବର୍ତ୍ତନର ବାତ୍ୟାର 

ଆଘାତେ ଉପୁଡିବ ତା ଚେର ମୂଳ l୯l


ମାଆ କୋଳ ଛାଡି, ପୁଂଜିବାଦର ସ୍ୱର୍ଗକୁ ଛୁଇଁବା ନିଶା,

କୃଷକ ଶ୍ରମିକଙ୍କୁ କେବେ ସ୍ପର୍ଶ କରି ନାହିଁ 

ଦା ହାତୁଡି ଓ ଲଙ୍ଗଳ ମୁନକୁ, ଦୁନିଆର ସବୁ ଶ୍ରମିକ ଓ

ଚାଷୀ ପେଟ ପାଇଁ ସଦା ଆଣ୍ଡଳୁ ଥାଇ l୧୦l


ବିଗାଡି ପାରେବେନି କେହି କିଛି, କୃଷକ ଶ୍ରମିକଙ୍କର

ଶ୍ରମ ଆମର ଜୀବନ ରହସ୍ୟ 

ଗଲାଣି କ୍ରୀତଦାସ ପ୍ରଥା, ଜମିଦାରୀ, ରାଜତନ୍ତ୍ର ବ୍ୟବସ୍ଥା

ଯେମିତି ସେମିତି ଅଛୁ ସହସ୍ର ବରଷ l୧୧l


ମାଟି ମାଆ କୋଳ ଆଶ୍ରୟ ଆମର, ଛାଡିବାନି କେବେ

ଛାର ଟଙ୍କା ଓ ସମ୍ପଦ ଲୋଡ଼ି ଜୀବନେ କେହି

ମାଗିଖିଆ ନୀତିକୁ ଧରେଇବାକୁ ଚେଷ୍ଟା କରୁଛ ତୁମେ

ହେ ପୁଞ୍ଜିପତି, ସେ ଫନ୍ଦିରେ ଆମେ ପଡିବୁ ନାହିଁ l୧୨l


ହେଇ ଦେଖ, ମୋ ଦେଶର କୃଷକ ଓ ଶ୍ରମିକ ନୂଆ 

ସକାଳରେ ମଥା ଟେକିବାର ପ୍ରୟାସରେ

ସେହି ଚାରା ଗଛଟିରେ ପାରିବାନି କି ଆମେ ସରବେ

ମାଟି ମୁଠେ ଓ ପାଣି ଟୋପେ ତା ମୂଳରେ |୧୩|


ସେହି ମଥା ଟେକିବାର ପ୍ରୟାସ, ଦିନେ ଆମ ପାଇଁ 

ଖଞ୍ଜି ଦେବ ଛାଇ ଟିକେ ଥକା ମାରିବାକୁ

ସେହି ପ୍ରୟାସକୁ ସୁରକ୍ଷା ଦେଲେ, ଝଡ ଅବା ବତାସ 

ସାମ୍ନାରେ, ପତାଇ ଦେବ ତା ସୁଦୃଢ ଛାତିକୁ |୧୪|


ଭରିଦେବ ଶୁଦ୍ଧ ବାୟୁ ଅକାତରେ, ଆମର ପ୍ରୟୋଜନ 

ଯେତେ ନିଶ୍ୱାସ ଓ ପ୍ରଶ୍ୱାସକୁ 

ଭରି ଦେବ ପର୍ଯ୍ୟାପ୍ତ ଉଲ୍ଲାସ ଆନନ୍ଦ ଆମକୁ, ଆଜି ପାଇଁ 

କାଲି ପାଇଁ ଓ ଭବିଷ୍ୟତ ଦିନକୁ |୧୫|


ପାହିଲାଣି ରାତ୍ରି, ଆମେ ଦେଖିବା ଆଶାର ସୂରୁଜକୁ 

ତମସାର ବକ୍ଷକୁ ଭେଦି କରିବା ତା ଅନ୍ତ  

କାହାକୁ ନକରି ଅପେକ୍ଷା, ବଜାଇବା ବାଦ୍ୟ ଓ ଶଂଖ, 

ଗାଇବା ପରିବର୍ତ୍ତନର ସ୍ବାଗତ ସଂଗୀତ |୧୬|



Rate this content
Log in

Similar oriya poem from Action