ଏଣୁତେଣୁ - ୭
ଏଣୁତେଣୁ - ୭
ଆଖି ମୋର ନୀଳ ଯେଣୁ
ମୁଁ କଇଁ କଇଁ କାନ୍ଦେ
ହଜାରେ ସପନ ବୁଣି
ତାକୁ ନିଜ ହାତେ ଭାଙ୍ଗେ ।
ହସରେ ବୋଳିଦିଏ ସବୁ ଥର କାଗଜ ଫୁଲର ରଙ୍ଗ
ସାଥୀ ପାଇଁ ନିତି
ଏଇ ନୀଳ ଆଖି ମୋର ଭାଙ୍ଗୁଥାଏ ଲୁହର ତରଙ୍ଗ ।
ଜୁଆର ହେଇ ଫେରିଯାଏ ପ୍ରତି ଥର
ଆଗମନୀ ପ୍ରୀତି
ତୁମେରେ ହଜୁଥାଏ
ମୁଁ ପଣ
ପଥର ପାଲଟୁଥାଏ ଶିହରୀତ ଛାତି ।