STORYMIRROR

Satyabati Swain

Abstract

4  

Satyabati Swain

Abstract

ଏମିତି ଚାଲୁଥିବି

ଏମିତି ଚାଲୁଥିବି

1 min
600

ଆଖି ବୁଜିଦେଲେ ଏଇ

ଯେମିତି ଲାଗୁଛି 

କାଲି ପରି

ଏତେ ଶୀଘ୍ର ଘଣ୍ଟା କଣ୍ଟା

ପହଞ୍ଚିଗଲା ଏଇଠି

ସମୟ ପର ଲଗେଇ

ଆମକୁ ନେଇ ଆସିଲା

ଏଯାଏ ଉଡେଇ ।

ହଁ ସବୁ ତ ଥିଲା

ନଥିଲା ମୋ ଜୀବନେ

ତୁମ ହାତର ଲଉଡ଼ି

ଛାତିର ଛାତ

ଏବଂ ସୁରକ୍ଷିତ ପୃଥିବୀଟେ ।।

ତୁମେ ଆସିଲ

ମୋ ହୃଦୟେ ହୋଇ 

ସ୍ନେହ ସୁନାବ୍ୟା ଗଙ୍ଗା

ନାଲି ସୂର୍ଯ୍ୟ ହସିଲେ

ମୋ ମଥା ଆକାଶରେ

ରୁଣୁଝୁଣୁ ସଙ୍ଗୀତ ମୂର୍ଚ୍ଛନା ଗାଇଲେ ଚୁଡି

ପାଉଁଜି ହୋଇଗଲେ ମୀରାବାଈ

ଝୁଣ୍ଟିଆ ଓଡିଶୀ ନାଚିଲେ

ତୁମେ ହୋଇଗଲ

ମୋ ଜୀବନର ସ୍ଥାୟୀ ଠିକଣା ଏବଂ ପରିଚୟ।।

ମୋ ଭିତର ହୋଇଗଲା ତୁମେ ମୟ

ଜୀବନ, ଜୀଇଁବା, ସ୍ୱପ୍ନ, ଆଶା

ଖୁବ୍ ହସିଲେ

ସବୁଜ ସବୁଜ ବଗିଚା ବଗିଚା ହୋଇ

ଚମତ୍କାର ଫୁଲ ବି ଫୁଟିଲା।

ସତରେ ତୁମେ

ଅଜବ ଏକ ନିଶା

ଅଦ୍ଭୁତ ଏକ ଆକର୍ଷଣ

ମେଞ୍ଚେ ସମ୍ମୋହନ

ଚିର ଇପ୍ସିତ

ମନର ମଣିଷ

ତୁମ ସହ

ମୁଁ ବାଣ୍ଟି ଚାଲିଛି

ମୋ ମନ, ହୃଦୟ, ଇପ୍ସା

ଖୁସି ଖୁସି

ଏମିତି ଚାଲୁଥିବି

ତୁମକୁ ସାଥୀ କରି ଜୀବନ ତମାମ

ସମସ୍ତ ଝଡ଼ ଝଞ୍ଜାକୁ

ଖାତିରି ନ କରି।।



Rate this content
Log in

Similar oriya poem from Abstract