ଏଲିଅନ
ଏଲିଅନ
ଏଲିଅନ ଅଟେ
ମଣିଷ ସଦୃଶ୍ୟ
ମୁହାଟା ପଶୁ ପରି
ଉଲଗ୍ନ ଶରୀର
ତୋଫା ଗୋରା ଦେହ
ଆସେ ଆନ୍ତରିକ୍ଷରୁ ।
ଉଡ଼ନ୍ତା ଥାଳିଆ
ଅଟେ ବ୍ୟୋମ ଜାନ
ସାଧନ ଅଟେ ତାଙ୍କର
କେବେ ମନ ହେଲେ
ଅସନ୍ତି ସେମାନେ
ଦେଖିବାକୁ ଧରାଧାମ ।
ମଣିଷ ଯେମିତି
କରେ ଗବେଷଣା
ଆନ୍ତରିକ୍ଷ ଗ୍ରହ ପରେ
ସେମାନେ ସେମିତି
ଆସନ୍ତି ଧରାକୁ
ଆମକୁ ଦେଖିବା ପାଇଁରେ ।
ଆମର ଭାଷା କୁ
ସେମାନଙ୍କ ଭାଷା
ଭିନ୍ନ ରହିଛି ଜାଣ
ମଣିଷ ପ୍ରଥମେ
ଶତ୍ରୁ ଭାବି ଥିଲା
ଦେଖି ତାଙ୍କ ଆଗମନ ।
ଏବେ କିନ୍ତ ଚାଲିଛି
ଅନେକ ଗବେଷଣା
ତାଙ୍କ ଉ ପରେ
ବିଜ୍ଞାନ ବଳରେ
ଚନ୍ଦ୍ର କୁ ଗଲାଣି
ସୂର୍ଯ୍ୟରେ ପହଂଚି
ସ୍ୱତନ୍ତ୍ର ଜାନ ସାହାଯ୍ୟେ ।
ବିଜ୍ଞାନ ବଳରେ
ହେବାକୁ କଥା
ମଣିଷ ଚେଷ୍ଟା କରୁଛି
ସେମାନେ କିନ୍ତୁ
ମଉକା ଦିଅନ୍ତିନି
ଅବିଶ୍ୱାସୀ ମଣିଷକୁ ।
ଅଦ୍ୟାବଧି ତାଙ୍କ
ରହଣି ସ୍ଥଳକୁ
ମଣିଷ ଖୋଜି ପାରୁନି
କଳ୍ପନା ଜଳ୍ପନା
କେତେ ଚାଲିଅଛି
କାଳେ ସେ ରହେ ଶୁକ୍ରରେ ।
ଉଚ୍ଚତାରେ ଏଲିଅନ
ଛୋଟ ହେଲେବି
ବୁଦ୍ଧିରେ ସେମାନେ ମୋଟ
ପରାହତ କରି
ଗୋଲାମ କରିବାକୁ
ମଣିଷ କରୁଛି ହଟ ।
ସେମାନେ ଏସବୁ
ଜାଣିକରି ଦୁରେଇ ରହନ୍ତି
ଜ୍ଞାନ ବିଜ୍ଞାନରେ
ଆମଠୁ ଅଧିକ
ମଣିଷ ଜାଣି ସାରିଛି ।
ଏବେ ଭାବୁଅଛି
ବନ୍ଧୁତା କରିବ
ଏଲିଅନ ସାଥେ
ଭାବି ଭାବି କରି
ଚଳଚ୍ଚିତ୍ର କରେ
ମଣିଷ ନିଜ ମତେ ।
