STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଏକାନ୍ତ

ଏକାନ୍ତ

1 min
298


ଏଠି ଅଛି ଅନୁଭବର ଏ ଲୁଣିଆ ସମୁଦ୍ର

ପୁଣି ନୟନ ନଇଦ୍ୱୟର ଲୁଣି ପାଣି

ଆଉ ଅଛି ଅଜସ୍ର ଅଜ୍ଞାତ କୋହ

ଆନନ୍ଦର ଆଶା କରୁଥିବା ନିଶ୍ଚିତ ମୁର୍ଖ ସେ

ସବୁ ଦୁଃଖର, ଅଶାନ୍ତିର କାରଣ ତ ମୋହ,

ଦୀପାବଳୀ ର ଆଲୋକରେ ବି ସେ ଅନ୍ଧାର

ବସନ୍ତର ହୋଲିରେ ବି ସେ ବେରଙ୍ଗ ପ୍ରାଣ

ସେ ପାଲଟିସାରିଛି ସତେ ଏକ ସାରୁପତ୍ର

ପରବ ର ଜଳ ତାକୁ ଛୁଇଁ ବି ଛୁଇଁ ପାରୁନି

ଆଜି ଅଯୋଗ୍ୟ ସେ ଅଶୁଭ ଅପବିତ୍ର,

ଅନେକ ଓଠରେ ଖୋଜୁଥିଲା ହସ

ତା ମନ ପ୍ରାର୍ଥନାରେ ଥାଏ ସଦା

ପରିବାର, ବନ୍ଧୁ ଓ ସଂସାର ସୁଖ

ସେ ଈଶ୍ବର ବିରୁଦ୍ଧ ନୁହେଁ ମନ୍ଦିର ବିମୁଖ

ନିଜ ରଙ୍ଗମଞ୍ଚରେ ସେ କଳାରଙ୍ଗର ଖଳନାୟକ,

ପରମପିତାଙ୍କ କୋମଳ ଅଭିଶାପ

କର୍ମ କର୍ତ୍ତବ୍ଯରେ ବିଫଳ ପୁରୁଷ ସେ

ଜୀବନରେ ଜୀବନ୍ତ ଅଭିନୟ ଦେଖ ଏଠି

ସମାଜଠୁ ଢେର ଦୂରରେ ରହି ହସୁଛି

ତା ହସରେ ହସ ନାହିଁ ଆଜି ସେ ଅସାମାଜିକ

ଏକାନ୍ତ ତାକୁ ଭଲଲାଗେ ପ୍ରଚାରିତ ସବୁଠି!!!



Rate this content
Log in

Similar oriya poem from Abstract