STORYMIRROR

Sambit Srikumar

Tragedy

4  

Sambit Srikumar

Tragedy

ଏକାନ୍ତ ବାସ

ଏକାନ୍ତ ବାସ

1 min
207


ମୋ ପ୍ରିୟ ସହରରେ ଲାଗିଛି କର୍ଫ୍ୟୁ 

ବଡ଼ କଠୋର ଏଇ ସାନ୍ଧ୍ୟ ଆଇନ୍ 

ରାସ୍ତାରେ ତୁହାକୁତୁହା ଶୁଭୁଛି ସାଇରନ୍

ଘର ଭିତରେ ଏକାନ୍ତ ବାସରେ ମୁଁ

ଦେହରେ ବହିରାଗତ ଭୂତାଣୁର ଜ୍ବାଳା

ପାଖ ପଡିଶା ମହଲରେ ପଡ଼ିଛି ଚହଳ

ମୁଁ କାଳେ ଅସ୍ପୃଶ୍ୟ ବିଧର୍ମୀ ପତିତ

ସେଥିପାଇଁ ତ ମୋତେ ମିଳିଛି ଦଣ୍ଡ!!

ସକାଳରୁ ସଞ୍ଜ ପୁଣି ସଞ୍ଜରୁ ସକାଳ 

ବିତୁଛି ଅନନ୍ତ ପ୍ରତୀକ୍ଷାରେ ଆଶଙ୍କାରେ 

ଦିନ କେତେଟାର ତ କଥା ମାତ୍ର 

ଡାକ୍ତରୀ ପରାମର୍ଶରେ କାଟି ଦେଲେ 

ପୁଣି ଝାଡିଝୁଡି ହୋଇ ଉଠିବି ମୁଁ 

ଏଇ ମହାମାରୀର କବଳରୁ ପାଇ ମୁକ୍ତି 

ମନରେ ଜାଗୁଛି ନୂଆ ଆଶା ନୂଆ ବିଶ୍ବାସ 

ହଁ ମୁଁ ନିଶ୍ଚୟ ପାରିବି ଏ କଠିନ ତପ!!

ଗଣମାଧ୍ୟମରେ କିଏ କହୁଛି କେତେ କଥା 

ଦୂରଦର୍ଶନ କି ଦୂରଭାଷ ଯନ୍ତ୍ର ଦେଖିବାକୁ 

ଆଜି କିଆଁ ମୋତେ ମାଡୁଛି ଭୀଷଣ ଡ଼ର 

ଏଇ ଗୁଡିକ ତ ଥିଲେ ମୋର ବିଶ୍ବସ୍ତ ସହଚର 

କାଟିବାକୁ ମୋର ନିଃସଙ୍ଗତା ଏକାନ୍ତପଣ 

ସତରେ ସମୟ ସାଥିରେ ବଦଳିଯାଆନ୍ତି ସଭିଏଁ 

ସାଙ୍ଗସାଥି ବନ୍ଧୁବାନ୍ଧବ ପ୍ରେୟସୀ ସୋଦର 

ଏଇଥିପାଇଁ ତ ସମୟ ସବୁଠୁଁ ବଡ଼ ବଳବାନ!!

ଲାଗୁଛି ଯେମିତି ମୁଁ ପାଲଟି ଯାଇଛି 

ପ୍ରାଗୈତିହାସିକ ଯୁଗର ଆଦିମ ମଣିଷ

ନା କାହାରି ସହିତ ସମ୍ପର୍କ ରଖିଛି

ନା ମୋର କିଏ ବା ହାନିଲାଭ ବୁଝୁଛି

ଘର ନାମ୍ନୀ ଗୁମ୍ଫା ଭିତରେ ମୋ ରାଜୁତି

ଆହାର ବିଶ୍ରାମରେ ବିତୁଛି ଦିନଚର୍ଯ୍ୟା

ବାହାରକୁ ଆସିବାକୁ ହୋଇଛି ମନା

ବାହାର ଘଟଣା ମୋତେ ତ ଅଜଣା!!

ଗୋଟିଏ କ୍ଷଣ ଲାଗୁଛି ଯୁଗଟିଏ ପରି

ନିସ୍ତବ୍ଧତାକୁ ଅନୁଭବ କରୁଛି ମନ ଭରି

ଏଇ କୋଉ ବୋଝ ଭାର ହୋଇଛି ଯେ

କାହାକୁ କହିଲେ କିଏ କଣ ଓହ୍ଲାଇ ଦେବ? 

ମୋତେ ହିଁ ତ ଯୁଝିବାକୁ ହେବ ଶେଷ ପର୍ଯ୍ୟନ୍ତ

ସଙ୍ଗରୋଧେ ବାନ୍ଧି ଅସୀମ ଧୈର୍ଯ୍ୟର ବାଲିବନ୍ଧ

ବିଜୟଶ୍ରୀ ଅବଧାରିତ ବିଳମ୍ବିତ, ନୁହେଁ ବିଡ଼ମ୍ବିତ 

ଏହି ତ ଜୀବନ ସଂଘର୍ଷର ମହାମନ୍ତ୍ର ଗୁରୁମନ୍ତ୍ର!!



Rate this content
Log in

Similar oriya poem from Tragedy