STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଏକା ଏକା

ଏକା ଏକା

1 min
311


ଭିଡ଼ ଭିତରେ ମୁଁ

ମୋ ଭିତରେ ଭିଡ଼

ମୋ ଘର ମୋ ସଂସାର୍

ହୁରି ମୁଁ ଛାଡୁଛି ହେଲେ

ଭିତରେ ମୋ ନିସଙ୍ଗତା ଝଡ଼;

ଏକା ଏକା ଖୁବ ଏକା 

 ଭସାଇ ନିଏ ଦେଖ୍ ସମୟ ସ୍ରୋତର ତୋଡ।


ଏଠି ସେଠି ସବୁଠି

କୋଳାହଳମୟ

କେତେ ରଙ୍ଗ

କେତେ ଫୁଲ

ଆଲୁଅ ରୋଷଣୀ

ମୋ ଭିତର ଶୁନ୍ୟତାର

 ଅମାଅନ୍ଧକାରେ

ଆଣ୍ଠୁ ଗଣ୍ଠି ଛିଣ୍ଡେ ଖସି ଗୋଡ଼।


ଆସିଛି ଏକା

ଯିବି ମୁଁ ଏକା

ମନେ କିଆଁ ଏତେ ମୋ ଦକା!

ଯଦି କେହି ସାଙ୍ଗେ ନାହିଁ

କାହିଁକି ଏତେ ଚିନ୍ତା!

ଚାଲିବାକୁ ପଡିବ

ମୋ ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ସରିବା ପର୍ଯ୍ୟନ୍ତ

କେବଳ ମାତ୍ର ଏକା।


ଏତେ ମୋହ

ଏତେ ସମ୍ମୋହନ

କାହିଁକି ଜଗଡି ଧରେ!

ପାଇଲେ ଖୁସି

ଅପ୍ରାପ୍ତିରେ ଦୁଃଖ ମୋର ବଢ଼େ!!!

ଆଖିରେ ମୋ କି ମାୟା ଅଞ୍ଜନ

ନିତି ସୁନାହରିଣ ପଛେ ପଡେ

କେତେ କଣ୍ଟା ପାଦକୁ ଚୁମନ୍ତି ମୋର

ବହେ ରକ୍ତ ଧାର

ତଥାପି ଦଉଡା ନ ଛାଡେ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy