ଏକା ଏକା ଲାଗେ
ଏକା ଏକା ଲାଗେ


ସମୟର ନିସବ୍ଦତାରେ
ଆଜି ଖୁବ୍ ଏକା ଏକା ଲାଗେ
ମନେ ହେଉଛି ଯେମିତି
ତିଆରି ହୋଇଛି
କେତେକଙ୍କ ମିଳିତ ଉଦ୍ୟମରେ ।
ରୋମାଞ୍ଚିତ ସନ୍ଦିକ୍ଷଣ ଗୁପ୍ତଚିତ୍ର
ମୁହୂର୍ତ୍ତ ପରେ ମୁହୂର୍ତ୍ତ
ଅପେକ୍ଷା ପରେ ଅପେକ୍ଷା
କିନ୍ତୁ ସେହି ସନ୍ଦିକ୍ଷଣ ଗୁଡାକ
କିନ୍ତୁ ପରନ୍ତୁର ନିଷ୍କପଟତା
ମାୟାଜାଲରେ ନିମଗ୍ନତା ।
ହୃଦୟର ଭାଷମାନ ସହରକୁ
ଅବେରୀ ନେଇ
ପାଦ ଦୁଇଟି ଆଜି ପର୍ଯ୍ୟାୟକ୍ରମେ ଗତିଶୀଳ
ବଞ୍ଚିବା ଯେଉଁଠି ଫୁଲର ପାଖୁଡା
ମୃତ୍ୟୁବି ସେଇଠି ଭୟଙ୍କର ଶାସ୍ତ୍ରୀ
ବଗିଚା ମଧ୍ୟରେ ୠତୁମତୀ ଋତୁପର୍ଣ୍ଣ। ଭଳି
ଅଙ୍ଗ ଭଙ୍ଗୀ ବଦଳାଉଥିବା ଫୁଲର
ଚାଲୀ ଚଳଣିକୁ ଆପଣାଇ ନେଇ
ଆଜି ଏ ସମୟ ମଧ୍ୟ ରଙ୍ଗାୟତ
ଆପଣାଇ ନେଇଛି
ଲାଲ ରଙ୍ଗର ଶରୀର
ପରନ୍ତୁ ମନେ ରଖିବା ଉଚିତ
ସେଇ ବଗିଚା ମଧ୍ୟରେ
ଅଙ୍ଗ ଭଙ୍ଗୀ ବଦଲାଉଥିବା
ଫୁଲର ଅନିଚ୍ଛା ସତ୍ୟେ
କେହି ଜଣେ ଭ୍ରମର
ଅଜସ୍ର ଚୁମ୍ବନ ଦେଇପକାଏ
ସେତେବେଳେ ନା ଭୟ ରହିଥାଏ ତୀଖ୍ଣ କଣ୍ଟାକୁ
ନା ଭୟ ରହିଥାଏ ଅନ୍ୟ ମାନଙ୍କ ଅକ୍ରୋଶ
ହେଲେ ଇଛା ତ କେବେଳ
ବେପୁରୁଆ ଗତୀରେ ମାଡ଼ି ଯିବାକୁ .....!!