ଏକ ଶ୍ରମଜୀବି ମଣିଷ
ଏକ ଶ୍ରମଜୀବି ମଣିଷ
ମୁଁ ଏକ ଶ୍ରମଜୀବି ମଣିଷ, ପୁଂଜିବାଦର
ଶୋଷଣରେ
ନିର୍ଯ୍ୟାତନା, ତାଡନା ଓ ଅତ୍ୟାଚାରିତ
କଷଣ ଭିତରେ ।
ମନରେ ବିଷାଦର ବିଷ ପିଇ ପିଇ ଦିନ
ରାତି ବଂଚିଛି
ଖାଲି ନୀରବତା, ଚୁପଚାପ, ଗୁମ୍ ସୁମ୍ ରେ
ସମୟ କଟୁଛି ।
ଟିକେବି ଯଦି ମୁଁ ଅଭିଯୋଗ ଅବା ନ୍ୟାୟର
ଦାବୀ କରିବି
ପୁଂଜିବାଦର ଗୋଡାଣିଆ ଶାସକ ଦ୍ୱାରା ବିପ୍ଳବୀ
ବୋଲାଇବି ।
ମନେ ମନେ ଆସେ ଅସହାୟତାର ମନ୍ତ୍ର
ଜପ କରିବାକୁ ।
ମନରେ ଆସେ ମୋର ସମୟେ ସମୟେ
ଅସୁମାରୀ ଚିନ୍ତା
କାହିଁକି ଲମ୍ବି ଯାଉଛି ମଣିଷ ମଣିଷ ଭିତରେ
ଅର୍ଥନୈତିକ ଦୂରତା ।
ସମୟେ ସମୟେ ଆସେ ଗୁହାରି ନିଶ୍ଚୟ
ଶୁଣିବେ ଅନାଦି
ଚୁପଚାପ, ଗୁମ୍ ସୁମ୍, ନୀରବତାର ପୁରା
ହୋଇବ ମିଆଦି ।
ମୋହର ଜୀବନେ ପ୍ରତିଦିନ ଚିନ୍ତାରେ ହୁଏ,
ଉଦୟ ଅସ୍ତର ଖେଳ
ହାରିବା ଜିତିବା, ଆନନ୍ଦ ବିଷାଦରେ ପଡେ,
ସଂସାରରେ ଚଳ ଚଂଚଳ ।
ଏ ଅବ୍ୟକ୍ତ ଅବସ୍ଥାରେ ହସି ଉପରକୁ, ବଞ୍ଚିବାକୁ
ହେବ, ବଂଚିବି
ମୁହିଁ ଆଶାବାଦୀ, ଶ୍ରମ ଶୋଷଣର ପରିସମାପ୍ତି
ନିଶ୍ଚିତ ଅବଶ୍ୟମ୍ଭାବୀ ।