Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Tragedy

4.0  

jyotsna mayee panda

Tragedy

ଏକ ନିରବିଛିନ୍ନ ପ୍ରୟାସ

ଏକ ନିରବିଛିନ୍ନ ପ୍ରୟାସ

1 min
204


ଚାଲିଛି ଜୀବନ ପଥରେ ଆଜି

ମାୟା ମରୀଚିକା ଭିତରେ,

ସବୁ ସପ୍ନ ଯାଇଛି ତ ହଜି

ତଥାପି ଜାରି ରହିଛି

ଏକ ନିରବିଛିନ୍ନ ପ୍ରୟାସର

ମନରେ ଜlଗି ଉଠେ ଅନlଶକ୍ତ ଅଭିଳାଷ

ଏକାକୀ ଚାଲିଛି ଆଜି ମୁଁ

ଜୀବନ ର ଅଙ୍କା ବଙ୍କା ପଥ ଧାରେ

ହଜିଛି ଜୀବନ ର ଚଞ୍ଚଳତା

ଅଦୃଶ୍ୟ ପ୍ରାୟ ଜୀବନ ର ମାଦକତା

ଚାଲିଛି ଜୀବନ ପୁଣି ନିୟତି ହାତରେ

ବଂଚିଛି ଖାଲି ଦୁଃଖ ସୁଖ ର ବୁଝାମଣା ଭିତରେ

ବେଳେ ବେଳେ ଅନେକ ପ୍ରଶ୍ନ ଉଙ୍କି ମାରେ

ଜୀବନ ର ସେଇ ନିରୋଳା ପ୍ରହରେ

ମୋ ଭଗ୍ନ ହୃଦୟ ଭିତରେ

କେବେ ପୁଣି ସବୁ ପ୍ରଶ୍ନ ଗୁନ୍ଥି ହୋଇଯାଏ

ଏକ ଅଡୁଆ ସୂତା ଖିଅ ରେ

ହଜି ଯାଏ କେବେ ସେ ବିଶ୍ୱାସ ଧାରକ

ସେଇ ଭଗ୍ନ କୁଡ଼ିଆରେ

ଧରାଶାୟୀ ହୁଏ ସବୁ ଆଶା

ଭାଙ୍ଗିଯାଏ ସବୁ ସପ୍ନ ସେଇ

ମୟା ମରୀଚିକା ଭିତରେ

ତଥାପି ଜାରି ରହେ ବଂଚିବା ପାଇଁ

ଏକ ନିରବିଛିନ୍ନ ପ୍ରୟାସ l



Rate this content
Log in

Similar oriya poem from Tragedy