ଏକ ବାଜର ଭାବନା
ଏକ ବାଜର ଭାବନା
ହୁଅନ୍ତିକି ଏକ ମୁହିଁ ବାଜ ପକ୍ଷୀ
ଡେଣାକୁ ମୁଁ ଝାଡ଼ନ୍ତି ଦେଖି ଦାଖି ll
ବସନ୍ତି ଯାଇଁ ମୁଁ ଉଡ଼ି ଟାୱାର
ଉପରେ,
ଆଖି ମୋ ବୁଲେଇ ସହରର
ଗଳି କନ୍ଦି ଉପରେ ll
ଯଦିବା ନଜରେ ମୋ ପଡ଼ନ୍ତା
ଦୁଷ୍ଟ ଯୁବା ନର ଗୋଷ୍ଠୀ
ଉପରେ,
ଯିଏ କରନ୍ତି ପାଶବିକ
ଅତ୍ୟାଚାର ଅବଳା ଉପରେ
କରି ଧର୍ଷଣ ଫିଙ୍ଗନ୍ତି ରାଜ
ରାସ୍ଥା ଉପରେ ଦିନ ଦି
ପହରେ ll
ମାରନ୍ତି ମୋ ଥଣ୍ଟ
ଖୁମ୍ପ ଉଡ଼ି ଉଡ଼ି ସେହି
ନରାଧମ ପୁଙ୍ଗବପୁଞ୍ଜଙ୍କ
ଆଖିପରଦା ଉପରେ,
ଦିଅନ୍ତି କରି ସେମାନଙ୍କୁ
ଅନ୍ଧ, ମାଗନ୍ତେ ସେମାନେ
ଭିକ ବୁଲି କାନ୍ଦି ଘରେ
ଘରେ ll
ଡାକି ମୁଁ ଆଣନ୍ତି ମୋର
ଭାଇ ବନ୍ଧୁ କୁଟୂମ୍ବ ଇଗଲ୍
ମାନଙ୍କୁ ଚିନ୍ହାଇ ମୁଁ ଦିଅନ୍ତି
ମୋ ଦେଶର ବ୍ୟଭିଚାରୀ
ଗଣଙ୍କୁ,
ସୁଯୋଗ ଉଣ୍ଡି ଆମେ
ପଡ଼ନ୍ତୁ ଝାମ୍ପି ସେମାନଙ୍କ
ମୁଣ୍ଡେ, ଆଖି ଡୋଳା
ଖୁମ୍ପି ଖୁମ୍ପି କାଢ଼ି ଆନନ୍ଦେ
ଭୁଞ୍ଜିବାକୁ ll
କିଳା ପତିଆ ଲମ୍ପଟ ଆଉ
ବଳାତ୍କାରୀ ପାଷାଣ୍ଡ
ଲାଞ୍ଚୁଆ, ନାବାଳିକା
ଉତ୍ପୀଡ଼କ ନରପିଶାଚଗଣ,
ଚିହ୍ନି ଠାବ କରି ସେମାନଙ୍କ
ଡେରାଖଟି ବେଳ ଉଣ୍ଡି
ଭୁଞ୍ଜନ୍ତୁ ସେମାନଙ୍କ ଆଖି
ତାଡ଼ି ଏହା ଆମ ଦୃଢ଼ ପଣ ll
ହୁଅନ୍ତି ଯଦି ମୁହିଁ ମହାଲକ୍ଷ୍ମୀ
ଙ୍କ ବାହନ ରାତିଚର
ପେଚକ ଘର ଘର କରନ୍ତି
ମୁଁ ବିଚରଣ,
ମଦ୍ୟପ ଯୁଆଡ଼ି ରାଣ୍ଡୁଆ
ସ୍ତ୍ରୀ ପୀଡ଼କ ସ୍ୱାମୀଗଣଙ୍କୁ
ଦିଅନ୍ତି ଚେତାବନୀ
ମୋ ଧାରୁଆ ଥଣ୍ଟେ
ଖୁମ୍ପି ସେମାନଙ୍କ କର୍ଣ୍ଣ ll
ଭାବନ୍ତି ସଭିଏଁ ଆମେ ଯେ
ସଦା ଦୁର୍ବଳ ପକ୍ଷୀ ଜାତି
ମାତ୍ର ଦିଅନ୍ତୁ ପ୍ରତ୍ୟକ୍ଷ
ପ୍ରମାଣ ପରମେଶ୍ୱରଙ୍କୁ
ରଖି ସାକ୍ଷୀ,
ବୁଦ୍ଧିଆ ହେଲେବି ମଣିଷ
ହେଲେଣି ଆଜି ହିତାହିତ
ଶୁନ୍ୟ ଓ ଏକତା ହୀନ,
ଯଦିଓ ଡେଣାଧାରୀ
ଆମେ ନିପାତନ ଜୀବ
ଅଛି ଆମର ସଂହତି ଓ
ସାମର୍ଥ୍ୟ ଆକାଶ ଛୁଆଁ
ପାରିବୁ ନିଶ୍ଚୟ ମାନବ
ଜାତିର ମର୍ଯ୍ୟାଦା ରଖି ll
